ନରସିଂହପୁର ବ୍ଲକ ରେ ୱାର୍ଡ଼ ମେମ୍ବର ମାନଙ୍କ ଦିନିକିଆ ତାଲିମ୍ ଅନୁଷ୍ଠିତ
ନରସିଂହପୁର(ମଣିଭଦ୍ରା ଖବର) ନରସିଂହପୁର ପଞ୍ଚାୟତ ସମିତିର ସଦ୍ଭାବନା କକ୍ଷରେ ଅୟୋଜିତ ଏହି ତାଲିମ୍ ଶିବିରରେ ବ୍ଲକ ର ପାଞ୍ଚଗୋଟି ଗ୍ରାମପଞ୍ଚାୟତ ଯଥା କୋକୋଳବା, କାଠଖୁଣ୍ଟ, ନୂଆପାଟଣା,ନିମସାହି ଓ କାକୁଡିଆ ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ ସଦସ୍ୟ, ସଦସ୍ୟଗଣ ଅଂଶଗ୍ରହଣ କରିଥିଲେ। ନରସିଂହପୁର ବ୍ଲକ ର ଗ୍ରାମପଞ୍ଚାୟତ ଡେଭେଲପମେଣ୍ଟ ଅଫିସର ଶ୍ରୀ ଗୋକୁଳ ଚନ୍ଦ୍ର ବେହେରା ତାଲିମ୍ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ଉଷାରାଣୀ ଜେନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ମୂଖ୍ୟ ଅତିଥି ଭାବରେ ବି ଡି ଓ ଶ୍ରୀ ନିଳମାଧବ ସୁନା ଯୋଗଦେଇ ୱାର୍ଡମେମ୍ବର ମାନଙ୍କୁ ନିଜ ର ଦାୟୀତ୍ୱ ସମ୍ପର୍କରେ ବୁଝାଇଥିଲେ। ଏହି ତାଲିମ୍ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର ଅଗ୍ରଣୀ ସଂସ୍ଥା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସ୍ଆଇଆରଡି) ର ଇ ଆରପି- ଶ୍ରୀ ଦେବବ୍ରତ ମାନସ କୁମାର ମାନସିଂହ ଯୋଗଦେଇ ଅର୍ଥ କମିଶନ ଅନୁଦାନ ର ପରିଚାଳନା ଓ ସଦୁପଯୋଗ ,ୱାର୍ଡ଼ ସଭ୍ୟ ମାନଙ୍କର ଦାୟୀତ୍ୱ,ଗ୍ରାମପଞ୍ଚାୟତ ବିକାଶ ଯୋଜନା ଓ ଗ୍ରାମୀଣ ଆବାସ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ତାଲିମ୍ ଦାତା ଭାବରେ ଶ୍ରୀମତୀ ତନୁଜା ସାହୁ ଯୋଗ ଦେଇ ପଲ୍ଲୀ ସଭା,ଗ୍ରାମସଭା,ମହିଳା ସଭା,ବାଳକ ବାଳିକା ସଭା,ଗ୍ରାମପଞ୍ଚାୟତ ସ୍ତରୀୟ ବିଭିନ୍ନ କମିଟି ର କାର୍ଯ୍ୟ ସଂପର୍କରେ ବୁଝାଇଥିଲେ। ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ଏ ପି ଓ ଶ୍ରୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ଯୋଗଦେଇଥିବା ବେଳେ ପ୍ରଶିକ୍ଷଣ ପରିଚାଳନା ପୋର୍ଟାଲ୍ ସମ୍ପର୍କରେ କହିଥିଲେ। ଏହି ତାଲିମ୍ କାର୍ଯ୍ୟକ୍ରମରେ ନବନିଯୁକ୍ତି ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଗଣ ଯଥା ଶ୍ରୀ ଅବନିନ୍ଦ ନାୟକ,ଶ୍ରୀ ଦିନେଶ କୁମାର ସାହୁ, ଶ୍ରୀ ତପନ କୁମାର ସାହୁ ଓ ଶ୍ରୀ ସାଗର କୁମାର ସାହୁ ସାହାଯ୍ୟକରି ସଫଳ କରାଇଥିଲେ।
କଟକରୁ ମାନସ ସାହୁଙ୍କ ରିପୋର୍ଟ ମଣିଭଦ୍ରା ଖବର
إرسال تعليق