BREAKING
Loading...
:

ତହସିଲଦାରଙ୍କୁ ଭେଟିଲେ ବ୍ରାହ୍ମଣ ମହାସଂଘ ଓଡ଼ିଶା

  ତହସିଲଦାରଙ୍କୁ ଭେଟିଲେ ବ୍ରାହ୍ମଣ ମହାସଂଘ ଓଡ଼ିଶା

ଗଣିଆ (ମଣିଭଦ୍ରା ଖବର) ବ୍ରାହ୍ମଣ ମହାସଂଘ ଓଡିଶାର ଏକ ପ୍ରତିନିଧି ମଣ୍ଡଳୀ ଗଣିଆ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାରଙ୍କୁ ଭେଟିଥିବା ଜଣାପଡିଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଆଡକଟା ଠାରେ ବ୍ରାହ୍ମଣ ମହାସଂଘ ଓଡ଼ିଶା ର ଏକ ଅଫିସ ଓ ବେଦଶାଳା ନିର୍ମାଣ କରିବା ନିମନ୍ତେ ସଂଘର ସଭାପତି ଚିତ୍ତରଂଜନ ମିଶ୍ର ,  କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମର ଦାଶ, ସଂପାଦକ ସୌମ୍ୟ ରଂଜନ ମହାପାତ୍ର, ରାଜ୍ୟ ସଂଯୋଜକ ପ୍ରିୟବ୍ରତ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ସରୋଜ କୁମାର ଦାଶଙ୍କ ସହିତ ସମସ୍ତ କମିଟି ମେମ୍ବର ମିଳିତ ଭାବେ ଏକ ସ୍ଥାୟୀ ଜାଗା ପାଇଁ ଗଣିଆ ତହସିଲଦାର ସୁଶ୍ରୀ ପ୍ରିତିବାଳା ରଣାଙ୍କୁ ଲିଖିତ ଆକାରରେ ଏକ ଆବେଦନ ପତ୍ର ପ୍ରଦାନ କରିଥିଲେ। ଏହା ସମଗ୍ର ଓଡ଼ିଶାର ବ୍ରାହ୍ମଣ ମାନଙ୍କୁ ଗୋଟିଏ ରଜୁରେ ବାନ୍ଧି ଏକତ୍ରିତ କରି ରଖିବା ପାଇଁ ୨୦୧୯ ମସିହାରେ ଉକ୍ତ ମହାସଂଘ ସ୍ଥାପନ କରାଯାଇଥିଲା ।   ଏହି ସଂଘ ୨୦୨୨ ମସିହାରେ IGR ରେ ପଞ୍ଜିକୃତ  ହୋଇଥିଲା ।  

ଏହି ପରିପ୍ରେକ୍ଷୀରେ,ମହାସଂଘ ତରଫରୁ ତହସିଲଦାର ମାଡାମଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ସାମୁହିକ ମଙ୍ଗଳ ପାଠ ଗାନ କରାଯାଇଥିଲା ଏବଂ ବ୍ରାହ୍ମଣ ମହାସଂଘ ଓଡିଶାର ବରିଷ୍ଠ ରାଜ୍ୟ ସ୍ତରୀୟ କର୍ମକର୍ତ୍ତl  ବୃନ୍ଦଙ୍କୁ , ସ୍ଥାନୀୟ ପ୍ରଶାସନ ଭବ୍ୟ ସ୍ୱାଗତ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି, ନିଶ୍ଚିତ ଭାବରେ ମହାସଂଘର ରାଜ୍ୟ କାର୍ଯ୍ୟlଳୟ ନିମନ୍ତେ, ବ୍ରାହ୍ମଣ ମାନଙ୍କର ସର୍ବାଙ୍ଗୀନ ବିକାଶକୁ ନେଇ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି, ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ l

ଗଣିଆରୁ ସ୍ବତନ୍ତ୍ର ପ୍ରତିନିଧି ପଙ୍କଜ କୁମାର ସାହୁଙ୍କ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS