BREAKING
Loading...
:

ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

 ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ l



ବୌଦ୍ଧ( ମଣିଭଦ୍ରା ଖବର)ଶ୍ରୀକ୍ଷେତ୍ର ଅଭିମୁଖେ ପ୍ରଥମ ରଥକାଠ ପ୍ରେରଣ କରାଯାଇଛି l ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ମାତାକୁପା ଜଙ୍ଗଲରୁ  ସଂଗୃହିତ କାଠ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ପୁରୀ କୁ ଏହି କାଠ ପ୍ରେରଣ କରାଯାଇଛି l ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ସଂମ୍ମୁଖରେ 40ଫୁଟ ଲମ୍ବ ବିଶିଷ୍ଟ 28ଖଣ୍ଡ ଧଉରା କାଠ ଲୋଡ଼ ହୋଇଥିବା ଟ୍ରକ କୁ ଜଙ୍ଗଲପରିବେଶ

ପଞ୍ଚାୟତରାଜ,ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଆରକ୍ଷୀ ଅଧିକାରୀ ରାଜପ୍ରସାଦ, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର

ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ବୌଦ୍ଧ ତହସିଲଦାର ଦେବୀପ୍ରସାଦ ଦାସ,ଏନ.ଏ.ସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଏସି ଏଫ ଆଶିଷ କୁମାର କହଁର କଣ୍ଟାମାଳ ରେଞ୍ଜର କ୍ଷୀରଦ୍ରି ପ୍ରଧାନ, ମନମୁଣ୍ଡା ରେଞ୍ଜର ଶ୍ରୀବତ୍ସ କୁମାରଙ୍କ ସମେତ ସମସ୍ତ ବନାଞ୍ଚଳ ଅଧିକାରୀ ଓ ବୌଦ୍ଧ ବନାଞ୍ଚଳର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l

ପ୍ରଥମେ ଏହି ରଥକାଠକୁ ପୂଜାର୍ଜନା କରି ଏକ ଶୋଭାଯାତ୍ରା ନାମ ସଂକୀର୍ତନ କରି ସହର ଅତିକ୍ରମ କରିବାବେଳେ ଭକ୍ତିମୟ ପରିବେଶ ବିଭିନ୍ନ ସ୍ଥାନରେ ସହ ସହ ସଂଖ୍ୟାରେ ଜନସାଧାରଣ ଭବ୍ୟ ସମର୍ଦ୍ଧନା କରିଥିଲେ l ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରୁ ପ୍ରତି ବର୍ଷ କାଠ ପ୍ରେରଣ କରାଯାଉଥିବା ବେଳେ ଚଳିତ ବର୍ଷ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟ ରଥକାଠ ପ୍ରେରଣ କରାଯାଇଛି ଏବଂ ପାରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ 300ଖଣ୍ଡ କାଠ ପ୍ରେରଣ କରାଯିବବୋଲିl

ଜଣାପଡିଛି l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l

Post a Comment

أحدث أقدم
Header ADS