BREAKING
Loading...
:

ଗଣିଆ ହାଟରୁ ଟଙ୍କା ଚୋରି କରି ଦୁଇ ମହିଳା ଗିରଫ

 ଗଣିଆ ହାଟରୁ ଟଙ୍କା ଲୁଟ କରି ଦୁଇ ମହିଳା ଗିରଫ




ଗଣିଆ ୧୩/୦୪(ମଣିଭଦ୍ରା ଖବର) ଗଣିଆ ହାଟକୁ ଆସିଥିବା ଜଣେ ମହିଳାଙ୍କ ଠାରୁ ଟଙ୍କା ଲୁଟ କରି ଦୁଇ ମହିଳା ଗିରଫ ହୋଇଥିବା ଜଣାପଡିଛି । ଗିରଫ ମହିଳା ଦୁଇ ଜଣ ଭୂବନେଶ୍ବର ରେଲୱେ ଷ୍ଟେସନ ଅଞ୍ଚଳର ପ୍ରିତି ଦେବୀ ଏବଂ ସୋନି ଦେବୀ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଆଇ ବିରେନ୍ଦ୍ର କୁମାର ଦେହୁରୀ ପ୍ରକାଶ କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ଢୋଲମରା ଗ୍ରାମର ମଞ୍ଜୁ ବେହେରା ଗଣିଆ ହାଟକୁ ଆସିଥିବା ବେଳେ ତାଙ୍କ ଠାରୁ ୬୫୦୦ ଟଙ୍କା ଲୁଟ କରିଥିଲେ ଉପରୋକ୍ତ ଦୁଇ ମହିଳା । ଲୁଟର ଶିକାର ହୋଇଥିବା ମହିଳା ଜଣକ ଏ ସମ୍ପର୍କରେ ଗଣିଆ ଥାନାରେ ଅଭିଯୋଗ କରିବା ପରେ ଗଣିଆ ଥାନା ଏସଆଇ ବିରେନ୍ଦ୍ର କୁମାର ଦେହୁରୀ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଦୁଇ ମହିଳାଙ୍କୁ ଗିରଫ କରି ତାଙ୍କ ଠାରୁ ଲୁଟ୍ ଅର୍ଥ ଜବତ କରିଥିଲେ ଏବଂ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । 

ରିପୋର୍ଟ ମଣିଭଦ୍ରା ଖବର ଗଣିଆ 

Post a Comment

أحدث أقدم
Header ADS