ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକ ର ବିଭିନ୍ନ ପୁରପଲ୍ଲୀ ରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳିତ l
ବୈଦ୍ଧ (ମଣିଭଦ୍ରା ଖବର) ଆଜି ବୁଧବାର ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକ ହରଭଙ୍ଗା, ବୌଦ୍ଧ, କଣ୍ଟାମଲ ବ୍ଲକ ର ସମସ୍ତ ପୁରପଲ୍ଲୀ ରେ ଆନନ୍ଦ ର ପର୍ବ ହୋଲି ଉତ୍ସବକୁ ଧୁମ ଧାମ ରେ ପାଳନ କରିଛନ୍ତି ଗ୍ରାମ ଓ ସହର ବାସି l ଗତ ଦୁଇ ବର୍ଷ ଧରି କରନା ମହାମାରୀ ପାଇଁ ଫିକା ପଡିଥିଲା ରଙ୍ଗର ପର୍ବ ହୋଲି l ତେଣୁ ଚଳିତ ବର୍ଷ ଏହା କହଳ ହେବା ପରେ ଧୁମ ଧାମ ରେ ରଙ୍ଗର ପର୍ବ ହୋଲି ଉତ୍ସବ କୁ ସାଙ୍ଗ ସାଥି ଗାଁ ମାନଙ୍କରେ ପାଳନ କରିଛନ୍ତି ଜନସାଧାରଣ l କିଏ ମୁହଁରେ ରଙ୍ଗ ଲଗାଇ ସୁଭେତ୍ସା ଜଣାଇଛି ତ ଆଉ କିଏ ସମସ୍ତ ଙ୍କୁ ମିଠା ଖୁଆଇ l ଏହି ହୋଲି ର ପର୍ବକୁ ପାଳନ କରିଛନ୍ତି l ଏହିଭଳି ଭାବରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି
ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ଏହି ରଙ୍ଗର ପର୍ବ ହୋଲି ଉତ୍ସବ କୁ ପାଳନ କରିଛନ୍ତି ବୌଦ୍ଧ ଜିଲ୍ଲା ବାସି l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l
إرسال تعليق