BREAKING
Loading...
:

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ମାତ୍ରାଧିକ ଦଲାଲ ଙ୍କ ଦୌରାତ୍ମ, କାର୍ଯ୍ୟାନୁଷ୍ଠାନ ଦାବି ।

 ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ମାତ୍ରାଧିକ ଦଲାଲ ଙ୍କ ଦୌରାତ୍ମ, କାର୍ଯ୍ୟାନୁଷ୍ଠାନ ଦାବି ।



ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର)ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ମାତ୍ରାଧିକ ବେଆଇନ୍ କାର୍ଯ୍ୟକଳାପ ସହ  ଦଲାଲ ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ନେଇ ତୀବ୍ର ଜନଅସନ୍ତୋଷ ବୃଦ୍ଧି ପାଉଛି । ପ୍ରକାଶ ଯେ ନିୟମିତ ସରକାରୀ କର୍ମଚାରୀ ଭାବେ କେତେକ ଦଲାଲ ତଥା ମହିଳା ଦଲାଲ ଆସି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ବିଭିନ୍ନ ବିଭାଗ ର କର୍ମଚାରୀ ବୋଲି  ଦର୍ଶାଇ ଦୁର, ଦୁରାନ୍ତ ରୁ ଆସୁଥିବା ସରଳ ତଥା ନିରକ୍ଷର ଲୋକ ଙ୍କ ଠାରୁ ହଜାର, ହଜାର ଟଙ୍କା ଲେଖାଏଁ ଠକେଇ କରି ଆସୁଥିବା ଭଳି ବାରମ୍ୱାର ଅଭିଯୋଗ ହୋଇ ଆସୁଥିବା ଓ କିଛି ନିର୍ଦ୍ଦିଷ୍ଟ ସରକାରୀ କର୍ମଚାରୀ ଙ୍କ ସମ୍ପୃକ୍ତି ଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଇତି ମଧ୍ୟରେ ଦୁଇଜଣ ମହିଳା ଦଲାଲ ଙ୍କ ମଧ୍ୟରୁ ଜଣେ ନିଜକୁ ସାମ୍ୱାଦିକ ଓ ଅନ୍ୟଜଣେ ଯୁବତୀ ନିଜକୁ ଆର, ଆଇ ଅଫିସ୍ ର ହେଡ କ୍ଳାର୍କ ବୋଲି ପରିଚୟ ଦେଇ ଓ ନିଜେ ବିଭିନ୍ନ କାର୍ଯ୍ୟାଳୟ ପରିସର ରେ ବୁଲି ଦେଇ 

୧୩ ହଜାର ଟଙ୍କା ଠକେଇ କରି ନେଇଯାଇଥିବା ଅଭିଯୋଗ ହୋଇଥିଲା । ଶେଷରେ ଟୁପାଉଡ଼ାର ଗ୍ରାମ ର ମିନିତ ଭୋଇ ତାଙ୍କୁ ଟଙ୍କା ଫେରାଆ କହିବାରୁ ତୋ ପାଖରେ କଣ ପ୍ରମାଣ ଅଛି କହି ତାଙ୍କ ସବୁ କାଗଜ,ପତ୍ର ଆଉ ୧୦ ହଜାର ଟଙ୍କା ଦେଲେ ଦେବୁ କହି ଶେଷରେ ଆଠ ହଜାର ଟଙ୍କା ଆଦାୟ କରିନେଇ ଥିଲେ । ଏ ନେଇ ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା ।

 ଅନୁରୂପ ଭାବେ ଇତି ମଧ୍ୟରେ ଜଣେ ଷ୍ଟାମ୍ପ ଭ୍ୟାଣ୍ଡର ଙ୍କ ସହ କିଛି ଦଲାଲ ମିଶି  ଦୁଇ ଜଣ ନବ ବିବାହିତା ଙ୍କୁ କୋର୍ଟ ମ୍ୟାରେଜ ବା ବିବାହ କରାଇ ଦେବାକୁ କହି ଆଠ ହଜାର ଟଙ୍କା ଠକେଇ କରି ନେବା ଓ ଜଣେ ଦଲାଲ ନିଜକୁ ଓକିଲ ବୋଲି ପରିଚୟ ଦେଇ ନେବା ଘଟଣା ନେଇ ବେଶ୍ ବାଦ,ବିବାଦ ସୃଷ୍ଟି ହୋଇଥିଲା ।  ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ହେଉଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS