BREAKING
Loading...
:

ମା ବେତଖଲୀ ଠାକୁରାଣୀ ଙ୍କ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ

 ମା ବେତଖଲୀ ଠାକୁରାଣୀ ଙ୍କ ପୀଠରେ  ସାଂସ୍କୃତିକ କାର୍ଯ୍ୟକ୍ରମ 



ନୂଆଗାଁ: (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ବେତନଟି ମାଳ ର ଆରାଧ୍ୟ ଦେବୀ  ମା ବେତଖଲି ଠାକୁରାଣୀ ଙ୍କ ପୀଠ ରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ  ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ର ମହତ୍ତ୍ଵ ବର୍ଣ୍ଣନା କରିବା ସହ ମା ଙ୍କ ପୀଠର  ଅଧିକ ବିକାଶ  ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥି ଭାବେ  ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ  ପ୍ରତିନିଧି ଶଙ୍କର୍ଷଣ ବେହେରା, କାପ୍ତାପଲ୍ଲୀ ସରପଞ୍ଚ ସାରସ ଧର ସାହୁ, ସମିତିସଭ୍ୟ ସୁଷମା ଦଳବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର  ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ପୂର୍ବତନ ସରପଞ୍ଚ  ହାଡିବନ୍ଧୁ ସାମନ୍ତରାୟ, ପୂର୍ବତନ ସମିତି ସଭ୍ୟ ବିଭୁତି ଭୂଷଣ ବେହେରା, ମାଳ ସଭାପତି ଭଗବାନ ବେହେରା, ପ୍ରଶାନ୍ତ କୁମାର ବେହେରା   ପ୍ରମୁଖ ଯୋଗ ଦେଇଥିଲେ। କାପ୍ତାପଲ୍ଲୀ ପଞ୍ଚାୟତ ର ବିକାଶ ପାଇଁ  ବିଧାୟକ ସର୍ବଦା ସହଯୋଗ କରିବା ସହ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଧାୟକ ପାଣ୍ଠି ପ୍ରଦାନ କରୁଥିବାରୁ ,ଦଶପଲ୍ଲା ବିଧାୟକ ଙ୍କୁ ଅଞ୍ଚଳବାସୀ ଏବଂ ଅତିଥିମାନେ କୃତଜ୍ଞତା ଜଣାଇଥିଲେ । 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS