BREAKING
Loading...
:

ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଚାଲିଛି ଚାରି ଜଣ ଡ଼ାକ୍ତର ଙ୍କ ଭରଷାରେ, ତୁରନ୍ତ ଅବ୍ୟବସ୍ଥା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

 ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଚାଲିଛି ଚାରି ଜଣ ଡ଼ାକ୍ତର ଙ୍କ ଭରଷାରେ, ତୁରନ୍ତ ଅବ୍ୟବସ୍ଥା ସମାଧାନ ନ ହେଲେ ଆନ୍ଦୋଳନ  ଚେତାବନୀ ।




ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ବିଭିନ୍ନ ଅବ୍ୟବସ୍ଥା ଗୁଡିକ ସମାଧାନ ନିମନ୍ତେ ବିଗତ ଦିନରେ ଆମ ଆଦମୀ ପାର୍ଟି ତତଫରୁ ଦିର୍ଘ ଦିନ ଧରି  ଧାରଣା ଦିଆଯାଇ ଥିଲା ।

ଏପରିକି ସ୍ଥାନୀୟ ଉପ ଜିଲ୍ଲାପାଳ  ଓ ଜିଲ୍ଲା ପ୍ରଶାସନ ତତଫରୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସବୁ ସମସ୍ୟା ର ସମାଧାନ ପ୍ରତିଶୃତି ଦେଇଥିଲେ । ସେହିପରି ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଓ ବଲାଙ୍ଗୀର କୁ ଡାକ୍ତର ଅଭାବ ଯୋଗୁଁ ସ୍ଥାନାନ୍ତର କରାଯିବା ସମୟ ବ୍ୟବଧାନ ରେ ରୋଗୀ ର ମୃତ୍ୟୁ ଘଟିବା ଏକ ସାଧାରଣ ଘଟଣା ପାଲଟିଛି । ପରିତାପର ବିଷୟ ଯେ, ଏହି ଡାକ୍ତରଖାନା ରେ ମାତ୍ର ଚାରି ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ।  ମାତ୍ର ଜଣେ ଡ଼ାକ୍ତର ବାହ୍ୟ ବିଭାଗ ରେ କାର୍ଯ୍ୟରତ ଥିବା ବେଳେ ରୋଗୀ ଙ୍କ ଲମ୍ବା ଧାଡ଼ି ତଥା ଆମ୍ବୁଲାନ୍ସ ରେ ଦୁର, ଦୁରାନ୍ତ ରୁ ଆସୁଥିବା ଗୁରୁତର ରୋଗୀ ସହ ଚିକିତ୍ସାଧୀନ ଥିବା ଡ଼ାକ୍ତରଖାନା ର ଗୁରୁତର ରୋଗୀ କିଭଳି ଚିକିତ୍ସା ସେବା ପାଉଥିବେ ଅତ୍ୟନ୍ତ ଦୁର୍ଭାଗ୍ୟ ର ବିଷୟ । ସରକାରୀ ନିୟମାନୁଯାୟୀ ଡାକ୍ତର ଖାନା ପରିସର ରେ କୌଣସି ଡାକ୍ତର ତାଙ୍କ ସରକାରୀ ବାସଭବନ ରେ ଘରୋଇ ଚିକିତ୍ସା ବା ରୋଗୀ ଦେଖି ଫିସ ଟଙ୍କା ନେବା ବେଆଇନ୍ ହୋଇଥିବା ବେଳେ ସ୍ଥାନୀୟ ଉପଖଣ୍ଡ ମୁଖ୍ୟ ଚିକତ୍ସାଧିକାରୀ ନିଜେ ତାଙ୍କ ବାସ ଭବନ ରେ ରୋଗୀ ଦେଖିବା ରେ ବ୍ୟସ୍ତ ରହିବା ପରିତାପର ବିଷୟ । ସେହିପରି ଅନ୍ୟ ବିଶେଷଜ୍ଞ ଡାକ୍ତର କେବଳ ତାଙ୍କ ବାହ୍ୟ ବିଭାଗ ରେ ରୋଗୀ ଦେଖିବା ନିୟମ ଥିବା ବେଳେ ତାଙ୍କୁ ଉକ୍ତ ସଧାରଣ ବିଭାଗ ରେ କାର୍ଯ୍ୟରତ ରଖିବା ଯୋଗୁଁ ସାଧାରଣ ଓ ଗୁରୁତର ଭର୍ତ୍ତି ଥିବା ରୋଗୀ ଙ୍କ ଚିକିତ୍ସା ରେ ବ୍ୟାଘାତ ସୃଷ୍ଟି ହେଉଛି।

ସେହିପରି ଡ଼ାକ୍ତରଖାନା ର ଡାକ୍ତର,ନର୍ସ ଠୁଁ ନେଇ ବିଭିନ୍ନ ଗୁରୁତର ପଦ,ପଦବୀ ଖାଲି ପଡ଼ିଥିବା ବେଳେ ସଧାରଣ ରେ ତୀବ୍ର ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ଏଭଳି ସ୍ଥିତି  ରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର  ଜଣେ ଶିଶୁ ଜନ୍ମ ହୋଇ ସୁସ୍ଥ ହେବା ପରେ ତାଙ୍କ ସରକାରୀ ବାସଭବନ କୁ ଡାକି ଦାମିକା କିଣା ଔଷଧ ଲେଖିବା ଓ ଦୁଇ ଶହ ଟଙ୍କା ତାଙ୍କ ଫିସ ନେବା ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଭିଡିଓ ଭାଇରାଲ ହୋଇଥିଲା । ପ୍ରକାଶ ଯେ, ଉପଖଣ୍ଡ ମୁଖ୍ୟ ଚିକତ୍ସାଧିକାରୀ ଙ୍କ ଗୋଚର ରେ  କେତେକ ନିର୍ଦ୍ଦିଷ୍ଟ ଆଶା କର୍ମୀ ନାନା ଆଳରେ ପ୍ରସୂତୀ ଙ୍କ ପରିବାର ଲୋକଙ୍କୁ ଭୟଭୀତ କରି ନାନା ଆଳରେ ଅର୍ଥ ଆଦାୟ ସହ ବିଭିନ୍ନ ପ୍ରକାରର ପରୀକ୍ଷା ଘରୋଇ ପରୀକ୍ଷା ଗାର ରେ କରି ଅର୍ଥ କାରବାର ଚଳାଇ ଥିବା ଭଳି ଗୁରୁତର ଅଭିଯୋଗ ହୋଇ ଆସୁଛି ।  ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବଙ୍କୁ  ତୁରନ୍ତ ଏ ସବୁ ସମସ୍ୟା ସମାଧାନ ନିମନ୍ତେ ଲିଖିତ ଆବେଦନ ପତ୍ର ପ୍ରେରଣ କରିବା ସହ ଆବଶ୍ୟକ ହେଲେ ବ୍ୟାପକ ଗଣ ଆନ୍ଦୋଳନ ଚେତାବନୀ ଦେଇଥିବା ପ୍ରକାଶ ପାଇଛି ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS