BREAKING
Loading...
:

ଗୀତା ଯଜ୍ଞ ଓ ମନ୍ଦିର ତୋରଣ ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ

 ଗୀତା ଯଜ୍ଞ ଓ ମନ୍ଦିର ତୋରଣ ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ




ନୂଆଗାଁ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ ନୂଆଗାଁ ଗ୍ରାମ ବିରୁ ପାଖେଶ୍ୱର ମନ୍ଦିର ପରିସରରେ ଗୀତା ନାମଯଜ୍ଞ ଓ ତୋରଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୀତା ଯଜ୍ଞ ଓ ମନ୍ଦିର ର ମୁଖ୍ୟ ଦ୍ଵାର ତୋରଣ ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆଗାମୀ ଦିନରେ ମନ୍ଦିର ର ଅଧିକ ଉନ୍ନତି କରାଯିବ ବୋଲି କହିଥିଲେ।ତତ୍ ସହିତ ବିକାଶ ଉପରେ ସର୍ବଦା ପ୍ରଚେଷ୍ଟା ଜାରି ରହିଥିବା ବିଧାୟକ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ  ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ମନ୍ଦିର କମିଟି ସଭାପତି ପ୍ରକାଶ କୁମାର ସାହୁ,ସମ୍ପାଦକ ଦେବରାଜ ଖଣ୍ଡୁଆଳ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ବରିଷ୍ଠ ବ୍ୟକ୍ତି ଭିକାରୀ ଚରଣ ସାସମଲ,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ନାୟକ ଙ୍କ ସମେତ ଗ୍ରାମବାସୀ ଏବଂ ଵିରୁପାଖେଶ୍ୱର ସେବା କେନ୍ଦ୍ରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।  ଏହି ଉତ୍ସବ ରେ  ଭକ୍ତ ମାନେ  କଳସ ଶୋଭାଯାତ୍ରା କରିଥିଲେ। ରିତିକାନ୍ତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ମଧ୍ୟରେ ହୋମ ଯଜ୍ଞ , ଗୀତା ପାଠ କରାଯାଇଥିଲା।ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS