ମୋବାଇଲ ଡାଟା କୁ କେନ୍ଦ୍ର କରି ନିଜ ସ୍ବାମୀ ଙ୍କୁ ପନିକି ରେ ମରଣାନ୍ତକ ଆକ୍ରମଣ ।
ବଲାଙ୍ଗୀର (ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲାର କେସେରକେଲା ଗ୍ରାମ ରେ ରବିବାର ରାତି ରେ ମୋବାଇଲ୍ ଡାଟା କୁ କେନ୍ଦ୍ର କରି ନିଜ ସ୍ୱାମୀଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ କରି ଥିବା ସୁଚନା ମିଳିଛି । ଗୁରୁତର ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତର ଖାନା ରେ ଗ୍ରାମବାସୀ ଆଣି ଭର୍ତ୍ତି କରିଛନ୍ତି। ସୁଚନାନୁଜାୟୀ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସରକେଲା ଗ୍ରାମର ଗଣେଶ୍ୱର ସୁନା
ଗତ ଛଅ ବର୍ଷ ତଳେ ଛତିଶଗଡ ରାଜ୍ୟ ର ବିଳାସପୁରର ଈଶ୍ବରୀ କୁମାରୀ ଙ୍କୁ ବୈଦିକ ରୀତିରେ ବାହା ହୋଇଥିଲେ |
ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ରହିଛି। ଉଭୟ ସ୍ବାମୀ,ସ୍ତ୍ରୀ ଙ୍କ ମଧ୍ୟରେ ଆଉ ଏକ ମୋବାଇଲ କିଣା ନେଇ ସ୍ୱାମୀ,ସ୍ତ୍ରୀ ଙ୍କ ଭିତରେ ବଚସା ଲାଗି ରହିଥିଲା । ଗଣେଶ୍ବର ସୁନା କହିବାନୁଯାୟୀ,ଗତକାଲି ସ୍ୱାମୀଙ୍କୁ ମୋବାଇଲ ମାଗିଥିଲେ ସ୍ତ୍ରୀ ଈଶ୍ବରୀ । ଡାଟା ଶେଷ ହୋଇଯିବ କହି ସ୍ତ୍ରୀ କୁ ମୋବାଇଲ ଦେଇନଥିଲେ ଗଣେଶ୍ୱର | ଫଳରେ ବିଳମ୍ବିତ ରାତିରେ ସ୍ୱାମୀ ଶୋଇଥିବା ଅବସ୍ଥାରେ ହାଠାତ ଈଶ୍ବରୀ ପନିକି ଆଣି ଗଣେଶ୍ୱର ଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ | ଗଣେଶ୍ୱର ପ୍ରତିରୋଧ କରିବାରୁ ତାଙ୍କ ହାତ ରେ ମଧ୍ୟ କ୍ରମାଗତ ଆକ୍ରମଣ କରିଥିଲେ | ସ୍ୱାମୀଙ୍କୁ ଲହୁଲୁହାଣ କରି ଦେଇ ନିଜ ଝିଅ ସହିତ ସ୍ତ୍ରୀ ଫେରାର ହୋଇଯାଇ ଥିଲେ | ସ୍ଥାନୀୟ ଲୋକେ ଗଣେଶ୍ୱରକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଆଣି ଭର୍ତି କରିଥିଲେ | ହସପିଟାଲରେ ଥିବାରୁ ଏନେଇ ପୁଇଁତଲା ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ସ୍ୱାମୀ ଗଣେଶ୍ୱର ।
ରିପୋର୍ଟ ସନ୍ତୋଷ କୁମାର ନାୟକ
إرسال تعليق