ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ
ଗଣିଆ ୨୪/୦୩(ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ବୈଠକରେ ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସ,ଡାକ୍ତର ସୁନିଲ କୁମାର ଦଳେଇ, ଡାକ୍ତର ମାନସୀ ପଟ୍ଟନାୟକ,ସୁପରଭାଇଜର ଅସିତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ଗ୍ରାମାଞ୍ଚଳରେ ଥିବା ରୋଗୀଙ୍କୁ ଚିହ୍ନଟ କରି ତାଙ୍କୁ ଚିିକିତ୍ସା ପ୍ରଦାନ କରିବାକୁ ଚେଷ୍ଟା କରିବା ଦରକାର ବୋଲି ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ । ଯକ୍ଷ୍ମା ରୋଗୀ ଚିହ୍ନଟ ଏବଂ ଚିକିତ୍ସାରେ ଗଣିଆ ବ୍ଳକ ଶ୍ରେଷ୍ଠ କାର୍ଯ୍ୟ କରିଥିବାରୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶ୍ରେଷ୍ଠ ଯକ୍ଷ୍ମା ନିରୁପଣ କାରୀ ବ୍ଳକ ଭାବେ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଆଶା ଭାବେ କିଶୋର ପ୍ରସାଦର ମଙ୍ଗୁଳି ରାଉତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
ରିପୋର୍ଟ ମଣିଭଦ୍ରା ଖବର ଗଣିଆ
إرسال تعليق