BREAKING
Loading...
:

କଇମ ଗ୍ରାମରୁ ଉଦ୍ଧାର ହେଲା 12 ଫୁଟରୁ ଅଧିକ ଲମ୍ବର ଅହିରାଜ ସାପ

 କଇମ ଗ୍ରାମରୁ ଉଦ୍ଧାର ହେଲା 12 ଫୁଟରୁ ଅଧିକ ଲମ୍ବର ଅହିରାଜ ସାପ 




 ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବିନାଞ୍ଚଳ ଅଧିନସ୍ଥ କଇମ ଗ୍ରାମରୁ ଉଦ୍ଧାର ହୋଇଛି ଏକ  ବିରାଟକାୟ ଅହିରାଜ ସାପ l ମିଳିଥିବା ସୂଚନା ଅନୁଯାୟୀ, କଇମ ଗ୍ରାମର ପଞ୍ଚାନନ ଆଶ୍ରମ ନିକଟରେ ଏକ ଗ୍ରାମୀଣ ବଜାର ରହିଛି l ବଜାରର ଘର ଭିତରେ କିଛି ଦିନ ହେବ ଶଶି ଗୋସେଇଁ ନାମକ ଜଣେ ସାଧୁ ରହିଆସୁଥିଲେ l ସାଧୁ ଜଣକ ରହୁଥିବା ସେହି ଘର ଭିତରେ ବିରାଟକାୟ ଅହିରାଜ ସାପଟି ପଶି ଯାଇଥିଲା l ଏହା ଜଣାପଡିବା ପରେ ଲୋକମାନେ ସାପକୁ ଦେଖି ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନବିଭାଗ କର୍ମଚାରୀ ମାନେ ପହଁଚି ଅହିରାଜ ସାପକୁ ଧରିବାରେ ସକ୍ଷମ ହୋଇଥିଲେ l ତେବେ ଅହିରାଜ ସାପଟି ପ୍ରାୟ 12ଫୁଟରୁ ଅଧିକ ଲମ୍ବା ହେବ ବୋଲି କୁହାଯାଉଛି l ତେବେ ଅହିରାଜ ସାପ ଉଦ୍ଧାର ହେବା ପରେ ବନ କର୍ମଚାରୀ ସାପଟିକୁ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । 



ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭ୍ରଦ୍ରା ଖବର,

Post a Comment

أحدث أقدم
Header ADS