BREAKING
Loading...
:

ବାଲି ବୋଝେଇ ଛଅ ଟ୍ରାକ୍ଟର ଅଟକ,କାରଣ ଅସ୍ପଷ୍ଟ

 ବାଲି ବୋଝେଇ ଛଅ ଟ୍ରାକ୍ଟର ଅଟକ,କାରଣ ଅସ୍ପଷ୍ଟ।



ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର)ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ଓ ତହସିଲଦାର ଲଳିତ ବାଗ ବାଲି ବୋଝେଇ ଥିବା ଛଅ ଗୋଟି ଟ୍ରାକ୍ଟର ସରକାରୀ କାର୍ଯ୍ୟାଳୟ ପରିସର ରେ ଅଟକ ରଖିଥିବା ଜଣା ଯାଇଛି । ପ୍ରକାଶ ଯେ ସରକାରୀ ଟେଣ୍ଡର ମୁତାବକ ବାଲି ଘାଟ ରୁ ଆବଶ୍ୟକ ରସିଦ ଥାଇ ସୁଦ୍ଧା ଗତ ମଙ୍ଗଳବାର ଅପରାହ୍ନରେ ଅଚାନକ ପରିଦର୍ଶନ କରି ଉକ୍ତ ଟ୍ରାକ୍ଟର ମାନ ଅଟକ ରଖିଥିବା ଜଣା ଯାଇଛି । ତେବେ କେଉଁ କାରଣରୁ ଅଚାନକ ଚଢାଉ କରି ଏଭଳି ବୋଝେଇ ଟ୍ରାକ୍ଟର ଅଟକ ରଖିଥିବା ନେଇ ବର୍ତ୍ତମାନ୍ ସୁଦ୍ଧା କିଛି ସୁଚନା ପ୍ରଦାନ କରାଯାଇ ନାହିଁ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS