BREAKING
Loading...
:

ଚୋରାରେ ବାଲି ଚାଲାଣ ଅଭିଯୋଗ

 ଚୋରାରେ ବାଲି ଚାଲାଣ ଅଭିଯୋଗ



ଖଣ୍ଡପଡ଼ା (ମଣିଭଦ୍ରା ଖବର)ଖଣ୍ଡପଡା ବ୍ଲକ ଅଧୀନ କଣ୍ଟିଲୋ ନିକଟସ୍ଥ ପଥରଚକଡା ଗ୍ରାମ ପାର୍ଶ୍ଵସ୍ଥ ମହାନଦୀ ପଠାରୁ ଶହ ଶହ ଟ୍ରିପ ବାଲି ଆଖ ପାଖ ଅଞ୍ଚଳକୁ ହାଇୱା ଗାଡି ଓ ଟ୍ରାକ୍ଟର ଯୋଗେ ଚୋରାରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି l ନୟାଗଡ ଜିଲ୍ଲା ଅଧୀନ ଭାପୁର ପ୍ରଶାସନ ପକ୍ଷରୁ ଜନୈକ ନିଲାମ ଧାରୀଙ୍କୁ ଉକ୍ତ ଘାଟରୁ ବାଲି ଉଠାଣ ନିମନ୍ତେ ଗତ ବର୍ଷ ନିଲାମ ଦିଆଯାଇଥିଲା l କିନ୍ତୁ ଏହାର ଅବଧି ଗତ ଫ୍ରେବୃଆରୀ 14 ତାରିଖରୁ ଶେଷ ହୋଇଥିବା କଥା ପ୍ରଶାସନ ସୂତ୍ରରୁ ଜଣାପଡିଛି l ମାତ୍ର ଅଦ୍ୟାବଧି ସମ୍ପୃକ୍ତ ନିଲାମଧାରୀଙ୍କୁ ଇଙ୍ଗିତରେ ଉକ୍ତ ଘାଟରୁ ଶହ ଶହ ଟ୍ରିପ ବାଲି ଚୋରାରେ ଚାଲାଣ ହେଉଥିବାରୁ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି l ଏହାକୁ ତହସିଲ ପ୍ରଶାସନ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜି ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ଏ ସମ୍ପର୍କରେ ଭାପୁର ତହସିଲଦାର ଲଗ୍ନଜିତ ବେହେରାଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ ଅବଗତ ଅଛନ୍ତି ଓ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ସୂଚନା ପ୍ରଦାନ କରିଛନ୍ତି l

ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS