BREAKING
Loading...
:

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତାଲିମ ଶିବିର

 ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତାଲିମ ଶିବିର 




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭରତ ନୋଡାଲ କୋରଡ଼ା ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ପ୍ରାରମ୍ଭ ତାଲିମ ଶିବିର  ୪ ଦିନ ଧରି ଅନୁଷ୍ଠିତ  ହୋଇଯାଇଛି।ଆର୍ ପି କୈଳାସ ଚନ୍ଦ୍ର ନାଏକ,ସୁରେନ୍ଦ୍ର ନାଥ ଖଣ୍ଡୁଆଳ,ନରେନ୍ଦ୍ର ବେହେରା ଏବଂ ଭାଗବତ ନାୟକ ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ  ଉପରେ ତାଲିମ ପ୍ରଦାନ କରିଥିଲେ।୨୦୨୬/ ୨୭  ମସିହା ସୁଦ୍ଧା ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ବୁଝିକି ପଢ଼ିବା ,ଲେଖିବା ଏବଂ ଗାଣିତିକ ସମସ୍ୟାର ସମାଧାନ କରିବାକୁ ସମର୍ଥ ହେବା ହେଉଛି ଏଫ୍ ଏଲ ଏନ୍ ମିଶନ ର ଲକ୍ଷ୍ୟ ବୋଲି ଆର୍ ପି ମାନେ କହିଥିଲେ।।ତାଲିମ ର ସଫଳ ରୂପାୟନ କିପରି ବିଦ୍ୟାଳୟ ରେ ହୋଇପାରିବ ଏବଂ ଛାତ୍ର ଛାତ୍ରୀଙ୍କ ଭାଷା ଓ ଗଣିତ ର ଦକ୍ଷତା ବୃଦ୍ଧି କିପରି କରାଯାଇପାରିବ   ସେ ଉପରେ ଗୁରୁତ୍ୱାରୋପ କରିଥିଲେ ତାଲିମ ଶିବିର ପରିଦର୍ଶନ ରେ ଆସିଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ଏବଂ ବି ଆର୍ ସି ସି ଜ୍ୟୋତ୍ସ୍ନାରାଣୀ ସେଠୀ ।ତାଲିମ ଶିବିର ସୁ ପରିଚାଳନା ରେ ସହଯୋଗ କରିଥିଲେ ସି ଆର୍ ସି ସି ପବନା ନାୟକ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS