BREAKING
Loading...
:

ମହିତମା ଗ୍ରାମ ରେ ପଞ୍ଚୁଦୋଳ ମିଳନ ଉତ୍ସବ ଅନୁଷ୍ଠିତ

 ମହିତମା ଗ୍ରାମ ରେ ପଞ୍ଚୁଦୋଳ ମିଳନ ଉତ୍ସବ ଅନୁଷ୍ଠିତ 

  



ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତ ମହିତମା ଗ୍ରାମରେ ବା ବା ନୀଳକଣ୍ଠେଶ୍ଵର ମହାଦେବଙ୍କ ଐତିହାସିକ ପଞ୍ଚୁଦୋଳ ମିଳନ ବହୁ ନିଡାମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ,  ବିଧାୟକ ଦଶପଲ୍ଲା ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ସଙ୍କର୍ଷଣ ବେହେରା,୧୭ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ସ୍ଥାନୀୟ ସରପଞ୍ଚ ନିରୂପମା ପାତ୍ର, ସମିତି ସଭ୍ୟ, ଜିଲ୍ଲା ବିଜେଡ଼ି ଯୁବ ଉପସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ। ରାତ୍ରରେ ବା ବା ନୀଳକଣ୍ଠେଶ୍ଵର ମନ୍ଦିର  ନିକଟରେ ଥିବା ମେଳଣ ପଡ଼ିଆଠାରୁ ଦୁଲୁଦୁଲି, ଭାଲୁ, ଘୋଡ଼ା ନୃତ୍ୟ, ବାଘ,ଶବର ଶବରୁଣୀ, ବୁଢ଼ା ବୁଢ଼ୀ ଓ ଷଣ୍ଢ ଲଢେଇ ବିଭିନ୍ନ ପାରମ୍ପରିକ ଭାବେ ବିରାଟ ପଟୁଆରରେ ବେଶ ଧାରଣ କରି ନାଚ ଗୀତରେ ଗ୍ରାମ ପରିକ୍ରମା କରି ରାଧାମାଧବ ଗୋପୀନାଥ ସହ ନୀଳକଣ୍ଠେଶ୍ଵର ମହାଦେବଙ୍କ ସମେତ କୋରଡ଼ା, ଲଡୁକେଶରପୁର, ସିକ୍ରିଡା,କୃଷ୍ଣପ୍ରସାଦ, ଜିଗିନିପଡ଼ା ଆଦି ଆଖ ପାଖ ଅଞ୍ଚଳରୁ ଠାକୁର ଆସିଥିଲେ। ରାତି ସାରା ବାଜା ବାଣ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ଠାକୁର ଦୋଳ ମଣ୍ଡପରେ ଭୋଗ ଖାଇ ନିଜ ମନ୍ଦିରକୁ ବାହୁଡ଼ି ଥିଲେ। ଠାକୁରଙ୍କ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ମିଳନ ପର୍ବ ଶେଷ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ କମିଟି ର ସଭାପତି ଅନନ୍ତ ସାହୁ, ସମ୍ପାଦକ ସରୋଜ ମିଶ୍ର, ସୁବ୍ରତ ମିଶ୍ର ଏବଂ ମହିତମା ଗ୍ରାମବାସୀ ସହଯୋଗ କରିଥିଲେ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS