BREAKING
Loading...
:

ବେଆଇନ ନିଶା କାରବାର ବୃଦ୍ଧି ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ଚଢାଉ, ତେଜରାତି ଦୋକାନ ରେ ଚାଲିଥିବା ନିଶା କାରବାର ନେଇ ଜଣେ ଗିରଫ।

 ବେଆଇନ ନିଶା କାରବାର ବୃଦ୍ଧି ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ଚଢାଉ, ତେଜରାତି ଦୋକାନ ରେ ଚାଲିଥିବା ନିଶା କାରବାର ନେଇ ଜଣେ ଗିରଫ।




ବଲାଙ୍ଗୀର (ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲା ରେ ବେଆଇନ ନିଶା କାରବାର ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେ ପୋଲିସ ସକ୍ରିୟ ହୋଇଥିବା ବେଳେ ଇତି ମଧ୍ୟରେ ରେ ଏ କାରବାର ର ମୁଖ୍ୟ ଡନ ବୋଲାଉ ଥିବା ଜଣେ ବ୍ୟକ୍ତି ଙ୍କୁ ଏନ୍,ଏସ,ଏ ଧାରା ଅନୁଯାୟୀ ଗିରଫ କରାଯାଇ ଥିଲା । ଏହି ଚୋରା ବ୍ୟବସାୟୀ ଙ୍କ ମଧ୍ୟରେ ଏ କାରବାର ବୃଦ୍ଧି ନେଇ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ବିଭିନ୍ନ ଅଞ୍ଚଳ ରେ ଚଢାଉ ଜୋର୍, ଦାର କରଯାଇଛି । ସେହିପରି ଗତ ସୋମବାର ଦିନ ବଲାଙ୍ଗୀର ସହର ର ଏକ ତେଜରାତି (କିରାଣା) ଦୋକାନର ମାଲିକ ଧୁବା ନାଏକ ନାମକ ଜଣେ ଦୋକାନୀ ଙ୍କୁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରାଯାଇଛି । ଉକ୍ତ ଦୋକାନୀ ଙ୍କ ନିକଟରୁ ସିଲ୍ ଥିବା ଏସ୍କଫ ନାମକ ଛଅ ଗୋଟି କୋଡ଼ିନ ଯୁକ୍ତ କଫ ସିରଫ ଜବତ କରିବା ସହ ଏକ ସିଲ୍ ନ ଥିବା ବୋତଲ ଓ ଏକ ପାଣି ବୋତଲ ରେ ଏଷ୍କଫ ସିରଫ୍ ଥିବା ବୋତଲ ଜବତ ସହ କିଛି ଷ୍ଟ୍ରିପ ନିଶା ବାଟିକା ମିଳିଥିଲା । ଏ ନେଇ ଟାଉନ ଥାନା କେସ ନଂ-୯୫ ତା.୨୭/୦୨/୨୦୨୩ ରିଖ ଦଫା-୨୭୪/୨୭୫ ଭାରତୀୟ ଦଣ୍ଡ ବିଧି ଆଇନ୍ ଅନୁଯାୟୀ  ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଉପଖଣ୍ଡ ପୋଲିସ ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜିଲ୍ଲା ରେ ବଢୁଥିବା ମାତ୍ରାଧିକ ଅପରାଧିକ କାର୍ଯ୍ୟକଳାପ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ।



ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS