BREAKING
Loading...
:

ବୁଗୁଡ଼ା କନ୍ୟାଶ୍ରମ ରେ ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

 ବୁଗୁଡ଼ା କନ୍ୟାଶ୍ରମ ରେ ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି 



 ଦଶପଲ୍ଲା( ମଣିଭଦ୍ରା ଖବର) ଟାକରା ପଞ୍ଚାୟତ ସ୍ଥିତ ବୁଗୁଡ଼ା ଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ

ମଣିନାଗ ବହୁମୂଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରାଧା ମୋହନ କର୍ମୀ,ଗାଳ୍ପିକ,ପ୍ରବନ୍ଧକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ହାଡିବନ୍ଧୁ ମହାଖୁଡ଼,ସମ୍ମାନିତ ଅତିଥି ଭାବରେ ଦଶପଲ୍ଲା ପଞ୍ଚାୟତ ସମିତି ଅଧକ୍ଷ୍ୟା ଶ୍ରୀମତି ସୁନନ୍ଦା ସାହୁ, ୧୦ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସତ୍ୟଭାମା ନାୟକ , ଟାକରା ଗ୍ରାମ ପଞ୍ଚାୟତ ର ସରପଂଚ ମଦନ କୁମାର ଜାନୀ, ସମିତିସଭ୍ୟ ସଭ୍ୟ ପ୍ରସାନ୍ତ କୁମାର ଦଳବେହେରା ,ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ , ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସମୀର କୁମାର ସାହୁ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶରତ କୁମାର କହଁର , ଆଲୁମିନା କମିଟି ସଭାପତି ସରୋଜିନୀ କହଁର , ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ସର୍ବପ୍ରଥମେ ଅତିଥ୍ ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ହୋଇଥିବାବେଳେ ପରେ ସଭାକାର୍ଯ୍ୟ , ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ , ଛାତ୍ରଛାତ୍ରୀଙ୍କ ଦ୍ବାରା ଦଳଗତ ନୃତ୍ୟ ପ୍ରତିଯୋଗିତା ହୋଇଥୁଲା । ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS