ରବିନ୍ଦ୍ର ନାଥ ରାଉତରାୟ ହେଲେ ନୂତନ ବ୍ଳକ ଶିକ୍ଷା ଅଧିକାରୀ
ଗଣିଆ ୨୭/୦୨(ମଣିଭଦ୍ରା ଖବର) ଗଣିଆରେ ବ୍ଳକ ଶିକ୍ଷା ଅଧିକାରୀ ଅବସରଗ୍ରହଣ କରିବା ପରେ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଥିଲା । ଦଶପଲ୍ଲା ଶିକ୍ଷା ଅଧିକାରୀ ପ୍ରଣତୀ ପଟ୍ଟନାୟକ ଗଣିଆ ବ୍ଲକ ଶିକ୍ଷା ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ବ ତୁଳାଉଥିଲେ । ତେବେ ସୋମବାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ୯ ଗୋଟି ସ୍ଥାନରେ ନୂତନ ବ୍ଳକ ଶିକ୍ଷା ଅଧିକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି ।
ଏହି କ୍ରମରେ ଖଣ୍ଡପଡ଼ା ବ୍ଳକର ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ରାଉତରାୟଙ୍କୁ ନୂତନ ଭାବେ ଗଣିଆ ବ୍ଲକର ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ନୂତନ ଶିକ୍ଷା ଅଧିକାରୀ ନିଯୁକ୍ତି ପରେ ଶିକ୍ଷା ବିଭାଗ କର୍ମଚାରୀ ତଥା ଶିକ୍ଷକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ରିପୋର୍ଟ ମଣିଭଦ୍ରା ଖବର ଗଣିଆ
إرسال تعليق