BREAKING
Loading...
:

ଦୂର ହେବ ଗଣିଆର ଦୁଃଖ ! ବାଇପାସ୍ ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା,ଗଣିଆ ରେ ଖୁସିର ଲହରୀ

 ଦୂର ହେବ ଗଣିଆର ଦୁଃଖ ! ବାଇପାସ୍ ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା,ଗଣିଆ ରେ ଖୁସିର ଲହରୀ  




 ଗଣିଆ ୨୭/୦୨ ( ମଣିଭଦ୍ରା ଖବର) ଗଣିଆରେ ଖୁବ ଶୀଘ୍ର ନିର୍ମାଣ ହେବ ବାଇପାସ ରାସ୍ତା । ଗଣିଆରେ ବାଇପାସ୍ ରାସ୍ତା ପାଈ ଦୀର୍ଘଦିନ ଧରି ଦାବୀ ହୋଇ ଆସୁଥିଲା । ଗଣିଆରେ ବାଇପାସ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଆସିବାପରେ ସୋମବାର ଗଣିଆ ବ୍ଲକ ସଦଭାବନା ଗୃହରେ ବିଡ଼ିଓ ଖଗେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ , ବ୍ଲକ ଅଧ୍ୟକ୍ଷା ଝୁନା ଜେନା , ତହସିଲଦାର କିଶୋର କୁମାର ପଣ୍ଡା , ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର୍ ବେହେରା , ଗଣିଆ ସରପଞ୍ଚ ଗିରିଧାରୀ ସେଠୀ , ସମିତିସଭ୍ୟ ଫକିର ମୋହନ ଡାକୁଆ , ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଦତ୍ତ , ଏସ ଡି ଓ ଭଗବାନ ସାହୁ , ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର୍  ସ୍ଥିତି ସମୀକ୍ଷା କରିଥିଲେ । ବହୁ ଆଲୋଚନା ପରେ ସମସ୍ତ ଅଧିକାରି ମାନେ ଗଣିଆ ଚଉବଂଗ ଛକ ଓ ରଘୁନାଥ ଜୀଉ ମହାବିଦ୍ୟାଳୟ ପାଖା ପାଖି ଜାଗା ବୁଲି ଦେଖିଥିଲେ । ଖୁବ୍ ଶୀଘ୍ର ଜାଗା ଚିହ୍ନଟ କରାଯାଇ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବବୋଲି କାଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦତ୍ତ କହିଛନ୍ତି ।





 ଗଣିଆ ଠାରୁ ଦଶପଲ୍ଲା ଦେଈ ବୌଦ୍ଧ ଗଣିଆ ଠାରୁ ଭୁବନଶ୍ଵର ରାସ୍ତାରେ ଦିନକୁ ଦିନ ହଜାର ହଜାର ଯାନବାହାନ ଯିବା ଆସିବା କରିବା ଫଳରେ ରାଜପଥରେ ଗାଡିମଟର ଚଳାଚଳରେ ସୁବିଧା ଆଣିବା ପାଇଁ ବାଇପାସ ରାସ୍ତା ନିତ୍ୟାନ୍ତ ଜରୁରୀ । ଗଣିଆରେ ଦୁଇ ଦିନ ସାପ୍ତାହିକ ହାଟ ହେଉଥିବାରୁ ଗାଡି ମୋଟର ଯିବା ଆସିବା ପାଇଁ ଲମ୍ବା ଲାଇନ୍ ଲାଗିରହୁ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ଗଣିଆରେ ବାଇପାସ ରାସ୍ତା ନିର୍ମାଣ ହେବା ଖବର ଜଣା ପଡ଼ିବା ପରେ ଗଣିଆ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । 


ରିପୋର୍ଟ ପଙ୍କଜ କୁମାର ସାହୁ, ମଣିଭଦ୍ରା ଖବର 

Post a Comment

أحدث أقدم
Header ADS