ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା (ମଣିଭଦ୍ରା ଖବର) ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ହରଭଙ୍ଗା ବିଡିଓ ଙ୍କ ଅଦକ୍ଷତlରେ ହରଭଙ୍ଗା ପଞ୍ଚାୟତ ସମିତି ର ତୃତୀୟ ସାଧାରଣ ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ସରଜ ପ୍ରଧାନ ଜିଲ୍ଲା ପରିଷଦ ଅଦକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ ବିଧାୟକ ଙ୍କ ପ୍ରତିନିଧି ବିଶ୍ୱଜିତ ପ୍ରଧାନ ଏବଂ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ବ୍ଳକର ବିଭିନ୍ନ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପୂର୍ବ ବିବରଣୀ ପଠନ କରିବା ପରେ ତାକୁ ଦୃଢ଼ୀକରଣ କରାଯାଇଥିଲା ।
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ ମଣିଭଦ୍ରା ଖବର
إرسال تعليق