BREAKING
Loading...
:

ମା ବାଗଦେବୀ ଙ୍କ ଯାତ୍ରା ଉତ୍ସବ ଅନୁଷ୍ଠିତ

 ମା ବାଗଦେବୀ ଙ୍କ ଯାତ୍ରା ଉତ୍ସବ ଅନୁଷ୍ଠିତ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା କନ୍ଧ ଖାଲମଡା ଗ୍ରାମ ନିକଟସ୍ଥ ପୋଡାଗଡ ତୋଟା ରେ ଖାଲମଡା ଗ୍ରାମ ଏବଂ ଜାକେଡା ପଞ୍ଚାୟତ ୨୨ ଟି ମୌଜା ର ଆରାଧ୍ୟ ଦେବୀ ମା ବାଗଦେଵୀ ପ୍ରତ୍ୟକ୍ଷ ଆବିର୍ଭୁତା।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଙ୍କ ଯାତ୍ରା ଉତ୍ସବ ଦୁଇଦିନ ଧରି  ଅନୁଷ୍ଠିତ ହୋଇଯାଇଛି।ଯାତ୍ରା ଉତ୍ସବ ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ସ୍ଥାନୀୟ  ସରପଞ୍ଚ ସୁମିତ୍ରା ଜାନୀ,ସମିତି ସଭ୍ୟା ପ୍ରଭାତୀ ମଳିକ,ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ,ସମାଜ ସେବୀ ଦାଶରଥି ପ୍ରଧାନ,ଯାତ୍ରା କମିଟି ସଭାପତି ନରସିଂହ ଜାନୀ,ସ୍ଥାନୀୟ ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ ପ୍ରମୁଖ ଯୋଗଦେଇ ମା ବାଗଦେଵୀ ଙ୍କ ଅଲୌକିକ କିମ୍ବଦନ୍ତୀ ବର୍ଣ୍ଣନା କରିଥିଲେ।  କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ଜାନୀ।ମା ବାଗଦେଵୀ ଙ୍କୁ ସ୍ମରଣ କରିଲେ ସବୁ କଷ୍ଟ ଦୂର ହେବା ସହ ମା ଙ୍କ ପୀଠରେ ଭକ୍ତମାନେ କରୁଥିବା ସମସ୍ତ ମାନସିକ ପୂର୍ଣ୍ଣ ହୁଏ ବୋଲି କିମ୍ବଦନ୍ତୀ ରହିଛି।ମା ବାଗଦେବୀ ଙ୍କ ପୀଠରେ  ହଜାର ହଜାର ଭକ୍ତ  ଙ୍କ ସମାଗମ ହୋଇଥିଲା।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS