BREAKING
Loading...
:

ଧର୍ମ ପରାୟଣ ବ୍ୟକ୍ତିଙ୍କ ଅକାଳରେ ମୃତ୍ୟୁ

 ଧର୍ମ ପରାୟଣ ବ୍ୟକ୍ତିଙ୍କ ଅକାଳରେ ମୃତ୍ୟୁ



ଗଣିଆ (ମଣିଭଦ୍ରା ଖବର) ଗଣିଆ ଥୋଡିଆସାହିର ଜଣେ ଧର୍ମ ପରାୟଣ ବ୍ୟକ୍ତିଙ୍କ ଅକାଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଶତୃଘ୍ନ ବାଘ ବୋଲି ଜଣାପଡିଛି । ସେ ନିଜ ଘର ଦାଣ୍ଡରେ ବସି ଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏପରିକି ବସିଥିବା ସ୍ଥାନରେ ସେ ଟଳି ପଡ଼ିଥିଲେ । ତାଙ୍କୁ ସଂଗେସଂଗେ ଗଣିଆ ମେଡ଼ିକାଲକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ । ଜଣେ ଶାନ୍ତ,ସରଳ ସ୍ୱଭାବର ମଣିଷ ଭାବରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କର ମୃତ୍ୟୁରେ ପରିବାର ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ସ୍ଥାନୀୟ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା । ମୃତ୍ୟୁ ଶଯ୍ୟାରେ ତାଙ୍କର ବଡ଼ପୁଅ ନିରଞ୍ଜନ ବାଘ ଏବଂ ସାନପୁଅ ପ୍ରମୋଦ ବାଘ ଉପସ୍ଥିତ ଥିଲେ । 


ମଣିଭଦ୍ରା ଖବର ଗଣିଆ ନୟାଗଡ 

Post a Comment

Previous Post Next Post
Header ADS