ସମାଜସେବୀ ତଥା ଭାରତୀୟ ଜନତା ପାର୍ଟିର ଦୃଢ଼ ସଂଗଠକ ଙ୍କ ପରଲୋକ
ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ର ସମାଜସେବୀ ତଥା ଭାରତୀୟ ଜନତା ପାର୍ଟିର ଦୃଢ଼ ସଂଗଠକ ଫକିର ଚରଣ ଷଡ଼ଙ୍ଗୀ ଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି।ଖବର ଅନୁସାରେ ଫକିର ଚରଣ ଷଡ଼ଙ୍ଗୀ ଯେ କି ଦଶପଲ୍ଲା ଅଞ୍ଚଳ ର ବେଶ ଜଣାଶୁଣା ବ୍ୟକ୍ତି ବିଶେଷ ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ଭାରତୀୟ ଜନତା ପାର୍ଟି ର ଜଣେ ସକ୍ରିୟ ସଦସ୍ୟ ହୋଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ । ଏବଂ ନିଜ ଅଞ୍ଚଳ ର ଉନ୍ନତୀ ପକ୍ଷରେ ସଦା ସର୍ବଦା କାର୍ଯ୍ୟ କରିଆସୁଥିଲେ । ଏବଂ ଫକିର କିଛିଦିନ ହେବ ଅସୁସ୍ଥ ହୋଇ ରହିଥିବା ବେଳେ ଆଜି ରାତ୍ରି ପ୍ରାୟ ୧ଘଟିକା ବେଳେ ତାଙ୍କର ଦେହାନ୍ତ ହୋଇଥିବା ଖବର ଶୁଣି ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିବା ଖବର ମିଳିଛି ।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment