ଖଣ୍ଡପଡା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗାଳି ଗୁଲଜ,
ଉପାଧକ୍ଷ, କାଉନସିଲରଙ୍କ ସମେତ 4 ଜଣଙ୍କ ନାମରେ ମାମଲା ରୁଜ୍ଜୁ l
ଖଣ୍ଡପଡା ଏନ ଏ ସି କାର୍ଯ୍ୟାଳୟରେ ପୁଣି ରାଜନୈତିକ ବିବାଦର ସୂତ୍ର ପାତ ହୋଇଛି l ଉପାଧକ୍ଷ ଶିଶିର କୁମାର ମିଶ୍ରଙ୍କୁ କାର୍ଯ୍ୟାଳୟରେ ଏକ ପ୍ରକୋଷ୍ଠ ଯୋଗାଇବା ଦାବିରେ ମଙ୍ଗଳବାର ଶ୍ରୀ ମିଶ୍ର କିଛି କାଉନସିଲରଙ୍କ ଗହଣରେ ଏନ ଏ ସି କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ଷେପ କରି ପାଟିତୁଣ୍ଡ କରିଥବା ନେଇ ଅଭିଯୋଗ ଉଠିଛି l ଉପାଧକ୍ଷଙ୍କ କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ଅଶୋକ କୁମାର ରାଉତ ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ଉପାଧକ୍ଷଙ୍କ ସମେତ 6ନଂ ୱାର୍ଡର ପ୍ରମୋଦିନୀ ଦାସ, ଖଣ୍ଡପଡା ନଗର ବି ଜେ ଡି ସଭାପତି ଲଷ୍ମୀଧର ସିଠ ଓ ମନୋଜ କୁମାର ଚୌଧୁରୀ ପ୍ରମୁଖ ଚାରି ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରିଥିବା କଥା ଖଣ୍ଡପଡା ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କ ଠାରୁ ପ୍ରକାଶ l ପ୍ରକାଶ ଥାଉ କି ଏଥି ପୂର୍ବରୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଉପାଧକ୍ଷ ଗୋଷ୍ଠୀ ଗତ ଜାନୁଆରୀ ମାସରେ ମୁହାଁ ମୁହିଁ ହେବା ଘଟଣାକୁ ନେଇ ଖଣ୍ଡପଡା ଥାନାରେ ପୋଲିସ ଦୁଇଟି ମାମଲା ରୁଜ୍ଜୁ କରିଥିଲା l
ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,
ମଣିଭଦ୍ରା ଖବର l
Post a Comment