BREAKING
Loading...
:

ବୁଥ୍ ଲେବଲ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ

 ବୁଥ୍ ଲେବଲ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ



ଗଣିଆ ୨୨/୦୨(ମଣିଭଦ୍ରା ଖବର) ଗଣିଆ ବ୍ଲକର ସଭା ଗୃହରେ ବୁଥ୍ ଲେବଲ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଓ ଖଗେଶ୍ବର ପାତ୍ର, ଗ୍ରାମପଞ୍ଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ଅନୀତା ରାମ, ସୁଦର୍ଶନ ଭୋଟରଙ୍କ ସମେତ ପ୍ରାୟ ୫୦ରୁ ଅଧିକ ବୁଥ୍ ଲେବଲ ଅଧିକାରୀ ଉପସ୍ଥିତ ଥିଲେ । ଭୋଟ ପରିଚୟ ପତ୍ରରେ ଆଧାରଲିଙ୍କ ବାଧ୍ୟତାମୂଳକ ହୋଇଥିବାରୁ ଅଧିକାରୀ ମାନେ ଗ୍ରାମ ଗୁଡିକରେ ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରିବା ଆବଶ୍ୟକ ବୋଲି ବିଡ଼ିଓ ପରାମର୍ଶ ଦେଇଥିଲେ ।  ଗରୁଡ ଆପରେ ଫଟୋ ସମାନତା ପ୍ରବେଶ କିଭଳି କରିବେ ସେ ନେଇ ଆଲୋଚନା କରାଯାଇଥିଲା । ଗୋଟିଏ ଭୋଟରଙ୍କର ନାମ ତାଲିକା ଯଦି ବିଭିନ୍ନ ସ୍ଥାନରେ ଅଛି ତେବେ ନିଜ ଅଞ୍ଚଳରେ ତାର ଆଧାରଲିଙ୍କ କରିବେ କି ନାହିଁ ଅନେକ ଅଧିକାରୀ ପ୍ରଶ୍ନ କରିଥିଲେ । ନିଜ ଅଞ୍ଚଳର ଭୋଟର ତାଲିକା ଅନୁଯାୟୀ ଆଧାର ଲିଙ୍କ କରିବା ଆବଶ୍ୟକ ବୋଲି ଗ୍ରାମପଞ୍ଚାୟତ ଅଧିକାରୀ ପ୍ରକାଶ କରିଥିଲେ । ଭୋଟର ତାଲିକାରେ ଆଧାର ଲିଙ୍କ ପ୍ରକ୍ରିୟାର କୈାଣସି ନିର୍ଦ୍ଦିଷ୍ଟ ସମୟ ନଥିବାରୁ ସମସ୍ତେ ଶତ ପ୍ରତିଶତ ଲିଙ୍କ କରିବାକୁ ଚେଷ୍ଟା କରିବା ଦରକାର ବୋଲି ଆଲୋଚନା କରାଯାଇଥିଲା । 


ମଣିଭଦ୍ରା ଖବର, ନୟାଗଡ ଗଣିଆ 

Post a Comment

Previous Post Next Post
Header ADS