BREAKING
Loading...
:

ପଞ୍ଚୁପାଣ୍ଡବ ମହୋତ୍ସବ ର ତୃତୀୟ ସଂନ୍ଧ୍ୟା ମନ ମୋହିଲା ବାରମାସରେ ତେର ପର୍ବ, ଶିବ ତାଣ୍ଡବ ,ଗଣେଶ ନୃତ୍ୟ

 ପଞ୍ଚୁପାଣ୍ଡବ ମହୋତ୍ସବ ର ତୃତୀୟ ସଂନ୍ଧ୍ୟା 

ମନ ମୋହିଲା ବାରମାସରେ ତେର ପର୍ବ, ଶିବ ତାଣ୍ଡବ ,ଗଣେଶ ନୃତ୍ୟ



ନୂଆଗାଁ: (ମଣିଭଦ୍ରା ଖବର) ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ,ସଂସ୍କୃତି କୁ ଅନୁଷ୍ଠିତ ହୋଇଥିବା ପଞ୍ଚୁପାଣ୍ଡବ ମହୋତ୍ସବ ଦାସିଆ ଅଜା ପଲ୍ଲୀଶ୍ରୀ ମେଳା  ର ତୃତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି।ତୃତୀୟ ଦିବସ ରେ ଅନୁଷ୍ଠିତ  ଦିବା କାର୍ଯ୍ୟକ୍ରମ ରେ ବ୍ଲକ୍ ର ଜନ ପ୍ରତିନିଧି, ଶିକ୍ଷାଵିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ  କଳା ପରିବେଷଣ କରିଥିବା ସ୍ଥାନୀୟ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାନ୍ଧ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପଞ୍ଚୁପାଣ୍ଡବ ମହୋତ୍ସବ ରେ ସର୍ବାଧିକ କଳା ,ସଂସ୍କୃତି ଅଧିକ ପରିବେଷଣ କରାଯାଏ  ଏବଂ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ସାହାଯ୍ୟ ଅତୁଳନୀୟ ବୋଲି କହିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶାର କଳା ,ସଂସ୍କୃତି ,ଐତିହ୍ୟ ଅଗ୍ରଗତି କରିବାରେ ଲାଗିଛି ବୋଲି ଦଶପଲ୍ଲା ବିଧାୟକ କହିଥିଲେ।ମୁଖ୍ୟ ବକ୍ତା ଭାବେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ,ସମ୍ମାନୀତ ଅତିଥି ଭାବେ ୧୦ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସତ୍ୟଭାମା ନାୟକ,ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷା ଅନୁପମା ବେହେରା,ଦଶପଲ୍ଲା ଏନ୍ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁ ନୂଆଗାଁ ବ୍ଲକ୍ ର କଳା ,ଐତିହ୍ୟ ଓ ସସ୍କୃତି କୁ ନେଇ  ଅନୁଷ୍ଠିତ ହୋଇଥିବା ପଞ୍ଚୁପାଣ୍ଡବ ମହୋତ୍ସବ ଏକ ଅବିସ୍ମରଣୀୟ ମହୋତ୍ସବ ବୋଲି କହିଥିଲେ।  ମହୋତ୍ସବ କମିଟିର  କାର୍ଯ୍ୟକାରୀ ସଭାପତି ତଥା ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଧର ବେହେରା ।ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୂଆଗାଁ ବନ୍ଦନା ପରିବେଷଣ କରାଯାଇଥିଲା। ସିଂଘମ ନୃତ୍ୟ ଗ୍ରୁପ ବାଙ୍କୀ ,କଟକ କଳାକାର ମାନଙ୍କ ଦ୍ଵାରା ଗଣେଶ ବନ୍ଦନା,ଶିବ ତାଣ୍ଡବ ଏବଂ ବାରମାସ ରେ ତେର ପର୍ବ ନୃତ୍ୟ ପରିବେଷଣ ଦର୍ଶକ ମାନଙ୍କ ମନ ମୋହିଥିଲା।ଦଶପଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ   ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜଙ୍ଗଲ ସୁରକ୍ଷା ଉପରେ ଅଭିନୟ ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ କରିଥିଲେ।ଓଡ଼ଗାଁ ନୃତ୍ୟ ଏକାଡେମୀ କଳାକାର ମାନଙ୍କ ଦ୍ଵାରା କ୍ରିଷ୍ଣା ନୃତ୍ୟ ଏବଂ ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ ର କଳାକାର ମାନେ ଦର୍ଶକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦେଇଥିଲେ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS