BREAKING
Loading...
:

ଖଣ୍ଡପଡାରେ ଇ-ଷ୍ଟାମ୍ପ କେନ୍ଦ୍ର ଉଦଘାଟିତ

 ଖଣ୍ଡପଡାରେ ଇ-ଷ୍ଟାମ୍ପ କେନ୍ଦ୍ର ଉଦଘାଟିତ



ଖଣ୍ଡପଡ଼ା (ମଣିଭଦ୍ରା ଖବର)ଅଞ୍ଚଳବାସୀଙ୍କୁ ହାତ ପାଆନ୍ତାରେ ସରକାରୀ ସେବା ଯୋଗାଇବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି l ଏହି କ୍ରମରେ ଖଣ୍ଡପଡା ମହିଳା ମହାବିଦ୍ୟାଳୟ ନିକଟସ୍ଥ ସି ଏସ ସି କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏଥିରେ ଜମିଜମା ଓ ବିଭିନ୍ନ ଦଲିଲ ପଞ୍ଜିକରଣ ସମ୍ପର୍କିତ କାର୍ଯ୍ୟ ସମ୍ପାଦିତ ହୋଇପାରିବ l ଖଣ୍ଡପଡା ଉପ ନିବନ୍ଧକ ସନ୍ତୋଷ କୁମାର ଦଳବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିବାବେଳେ ସି ଏସ ସି ର ଜିଲ୍ଲା ଅଧିକାରୀ ସୁବାଷ ଚନ୍ଦ୍ର ପରିଡା, ଇ-ଷ୍ଟାମ୍ପ ବ୍ୟବସ୍ଥାର କ୍ଷେତ୍ର ପରିଚାଳକ ବିପିନ ସାହୁ, ସି ଏସ ସିର ବରିଷ୍ଠ ଅଧିକାରୀ ପ୍ରତାପ ବେହେରା, ଅଧ୍ୟାପକ ପ୍ରଦୀପ୍ତ କୁମାର ନନ୍ଦ, ଆଇନଜୀବୀ ହରିଶ୍ଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସରକାରୀ କାର୍ଯ୍ୟାଳୟ ବ୍ୟତୀତ ଜମିଜମା କିଣା ବିକାରେ ବ୍ୟବହୃତ ଇ-ଷ୍ଟାମ୍ପ, ଅଦାଲତରେ ବ୍ୟବହୃତ ଆବଶ୍ୟକୀୟ କାଗଜାତ ଏଠାରେ ନିରନ୍ତର ସେବା ଉପଲବ୍ଧ ହେବ ବୋଲି ପରିଚାଳକ ତଥା ଶିକ୍ଷାବିତ ପ୍ରମୋଦ କୁମାର ନନ୍ଦ ପ୍ରକାଶ କରିଛନ୍ତି l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS