BREAKING
Loading...
:

ପଠାଣି ସାମନ୍ତ ମହାବିଦ୍ୟାଳୟ, ଖଣ୍ଡପଡାରେ ନୂତନ ସଭାପତି ନିଯୁକ୍ତ

 ପଠାଣି ସାମନ୍ତ ମହାବିଦ୍ୟାଳୟ, ଖଣ୍ଡପଡାରେ ନୂତନ ସଭାପତି ନିଯୁକ୍ତ



ଖଣ୍ଡପଡ଼ା (ମଣିଭଦ୍ରା ଖବର)ରାଜ୍ୟସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦେଷ କ୍ରମେ ପଠାଣି ସାମନ୍ତ ମହାବିଦ୍ୟାଳୟ, ଖଣ୍ଡପଡାରେ ନୂତନ ସଭାପତି ଭାବେ ଅବସରପ୍ରାପ୍ତ ଅଧକ୍ଷ ତଥା କଣ୍ଟିଲୋ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ଡ଼ଃ ରବୀନ୍ଦ୍ର କୁମାର ମିଶ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l ଶ୍ରୀ ମିଶ୍ର ଏଥି ପୂର୍ବରୁ ପଠାଣି ସାମନ୍ତ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧକ୍ଷ ରୂପେ ସୁଚାରୁରୂପେ ଦାୟିତ୍ୱ ତୁଲାଇ ଆସୁଥିଲେ l ଗତ 2017 ମସିହା ଡିସେମ୍ବର ମାସରୁ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ l ଜଣେ ଦକ୍ଷ ଅଧକ୍ଷ ଭାବେ ଜଣା ଶୁଣା ଡ଼ଃ ମିଶ୍ରଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯିବା ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି l

ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS