BREAKING
Loading...
:

ବିଧାୟିକା ତଥା ପରିବହନ ମନ୍ତ୍ରୀ ଙ୍କୁ କରିବେ ବିରୋଧ ପ୍ରଦର୍ଶନ ଓ ଧାରଣା,ନାମ ଫଳକ ଦର୍ଶେଇ କୋଟି,କୋଟି ଟଙ୍କା ର ଦୁର୍ନୀତି ।

 ବିଧାୟିକା ତଥା ପରିବହନ ମନ୍ତ୍ରୀ ଙ୍କୁ କରିବେ ବିରୋଧ ପ୍ରଦର୍ଶନ ଓ ଧାରଣା,ନାମ ଫଳକ ଦର୍ଶେଇ କୋଟି,କୋଟି ଟଙ୍କା ର ଦୁର୍ନୀତି ।




ଟିଟିଲାଗଡ (ମଣିଭଦ୍ରା ଖବର) ଟିଟିଲାଗଡ଼   ତହସିଲ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମ ମୁଖ୍ୟ ରାସ୍ତା ଦେଇ ସରକାରୀ ବାଲିଘାଟ ଭାବେ ଟେଣ୍ଡର କରାଯାଇଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଟିଟିଲାଗଡ ସହର ରୁ ସେହିପରି ସିନ୍ଧେକେଲା ପର୍ଯ୍ୟନ୍ତ ଥିବା ମୁଖ୍ୟ ଏମ ଡି ଆର ସଡକ ଅବସ୍ଥା ସ୍ଥାନୀୟ ବିଧାୟିକା ଙ୍କ ସ୍ଵାମୀ √ଅଭିମନ୍ୟୁ ସାହୁ ଙ୍କ ମୃତ୍ୟ ହେବା ପରେ ବର୍ତ୍ତମାନ୍ ସୁଦ୍ଧା ସାମାନ୍ୟ ମରାମତି ମଧ୍ୟ କରାଯାଇ ନ ଥିବା ବେଳେ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। 

ଟିଟିଲାଗଡ ରୁ ସିନ୍ଧେକେଲା ପର୍ଯ୍ୟନ୍ତ ଥିବା ମୁଖ୍ୟ ସଡକ ଦେଇ ନିୟମିତ ଯାତ୍ରୀ ବାହି ବସ, ଟ୍ରକ୍ ଆଦି ହଜାର, ହଜାର ସଂଖ୍ୟାରେ ଯାନ,ବାହାନ , ଆମ୍ବୁଲାନ୍ସ ଯାତାୟାତ ଯାତାୟାତ କରିଆସୁ ଅଛି। ସେହିପରି ଟିଟଲାଗଡ ରୁ ଅନତି ଦୂରରେ ପାଓମେକ୍ସ ଷ୍ଟିଲ କାରଖାନା ଭଳି ବୈଦେଶିକ ଫ୍ୟାକ୍ଟ୍ରି ପ୍ରତିଷ୍ଠା ହୋଇ ରହିଥିବା ବେଳେ ଏ ରାସ୍ତା ଦୂରାବସ୍ଥା ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି।

ବିଶେଷ ଦ୍ରଷ୍ଟବ୍ୟ ଯେ,ସରକାରୀ ନିୟମ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନ ମଧ୍ୟରେ ମରାମତି, ନିର୍ମାଣ ଆଦି କାର୍ଯ୍ୟ କରାଯିବା ଉଚିତ୍ ।

ହେଲେ ସ୍ଥାନୀୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକା ଙ୍କ ସ୍ଵାମୀ ଜନପ୍ରିୟ ରାଜନେତା ବିଜେଡ଼ି ଦଳ ର 

√ ଅଭିମନ୍ୟୁ ସାହୁ ଙ୍କ ହତ୍ୟା କାଣ୍ଡ ପରେ  ଅନୁକମ୍ପା ମୂଳକ ଭାବେ ନିର୍ବାଚିତ ହୋଇଥିଲେ। ଉକ୍ତ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବରେ ନିର୍ବାଚିତ ହେବା ପରେ ତଥା ପୁନଃ ନିର୍ବାଚିତ ହୋଇ ସୁଦ୍ଧା ଏହି ରାସ୍ତା ଘାଟ ତଥା ମୁଖ୍ୟ ସଡକ ସାମାନ୍ୟ ମରାମତି କରା ନ ଯିବା ନେଇ ଜନ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ବାରମ୍ୱାର ସାଧାରଣ ଲୋକେ ବିଭାଗୀୟ ଅଧିକାରୀ ଓ ବିଧାୟିକା ତଥା ପରିବହନ ମନ୍ତ୍ରୀ ଶ୍ରୀମତୀ ସାହୁ ଙ୍କୁ ବହୁ ବାର ଆବେଦନ,ନିବେଦନ କରି ନିରାଶ ହେବା ସାର ହୋଇଛି। ପ୍ରକାଶ ଯେ, ସରକାରୀ ଟେଣ୍ଡର ପ୍ରକ୍ରିୟା ରେ ଏହି ଅନ୍ତର୍ଲା ବାଲିଘାଟ ରୁ ଟିଟିଲାଗଡ ତହସିଲ ରୁ ଲକ୍ଷ,ଲକ୍ଷ ଟଙ୍କା ର ରାଜସ୍ବ ଆଦାୟ କରାଯାଉଛି । ବିଭାଗୀୟ ଅଧିକାରୀ ମଧ୍ୟ ଏ ନେଇ ସବୁଜାଣୀ ନୀରବ ଦ୍ରଷ୍ଟା ସାଜିଥିବା ସର୍ବଜନ ବିଦିତ। ହେଲେ କେବଳ ନାମଫଳକ ତିଆରି କରି ସେହିଭଳି ଛାଡି ଦିଆଯାଇ ବିପୁଳ ଅର୍ଥ ର ଦୁର୍ନୀତି କରାଯିବା ଅଭିଯୋଗ ହୋଇ ଆସୁଛି।

ଏହି ଅନ୍ତର୍ଲା ଗ୍ରାମ ନିକଟସ୍ଥ ବାଲିଘାଟ ଠାରୁ ପାଓମେକ୍ସ ଷ୍ଟିଲ କାରଖାନା ପର୍ଯ୍ୟନ୍ତ ଥିବା ରାସ୍ତା କାର୍ଯ୍ୟ ୧୫ ଦିନ ମଧ୍ୟରେ କରା ନ ଯାଏ ତେବେ ବିଧାୟିକା ଙ୍କ ବାସ ଭବନ ଘେରାଉ ସହ ଧାରଣା ଦେବେ ବୋଲି ଗ୍ରାମବାସୀ ଲିଖିତ ଅଭିଯୋଗ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀ ଙ୍କୁ ଡାକ ଯୋଗେ ପ୍ରେରଣ କରିଛନ୍ତି । ଏ ନେଇ ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି।


ବଲାଙ୍ଗୀର ସନ୍ତୋଷ କୁମାର ନାୟକ 

Post a Comment

أحدث أقدم
Header ADS