BREAKING
Loading...
:

ବିଜେଡ଼ି ମହିଳା ସାଧାରଣ ସମ୍ପାଦିକା ନମିତା ନାୟକ ଶୀତରେ କମଳ ବାଣ୍ଟିବାର ଏକ ଅଭିନବ ପ୍ରୟାସ।

 ବିଜେଡ଼ି ମହିଳା ସାଧାରଣ ସମ୍ପାଦିକା ନମିତା ନାୟକ  ଶୀତରେ କମଳ ବାଣ୍ଟିବାର ଏକ ଅଭିନବ ପ୍ରୟାସ।

    



ଚିଲିକା (ମଣିଭଦ୍ରା ଖବର)ବାଣପୁର ବ୍ଲକର ଗରୀବ ନିରୀହ ହରିଜନ ବସ୍ତିରେ ବୁଲିବା ଓ ସେମାନଙ୍କ ସ୍ଥିତି ପରିସ୍ଥିତି ସମ୍ପର୍କରେ ଜାଣିବାର ପ୍ରୟାସ ରଖିଥିବା ନମିତା ନାୟକ ଆଜି ବାଣପୁର ବ୍ଲକର କେତେକ ଗ୍ରାମରେ ଶୀତ ବସ୍ତ୍ର କମଳ ପ୍ରଦାନ କରିଛନ୍ତି। ସେ  ଜଣେ ସମାଜସେବୀ ଭାବେ କାର୍ଯ୍ୟକରନ୍ତି। ସେବା ନିଜର ନିଶା ଭାବେ ବାଛିବା ଏକ ମହନୀୟତା।  ନିଜର ଅର୍ଥ ବିନିଯୋଗ କରି ଗରୀବ ଜନତାଙ୍କ ପାଇଁ ସହଯୋଗ କରିଥାନ୍ତି। 

     ବିଜେଡ଼ି ମହିଳା ସାଧାରଣ ସମ୍ପାଦିକା ନମିତା ନାୟକ  ନିଜ ପୁଞ୍ଜିରେ ଶୀତ ଋତୁରେ କମ୍ବଳ ବାଣ୍ଟିବାର  କାର୍ଯ୍ୟକରି ନିଜକୁ ଖୁସି ଅନୁଭୋବ କରନ୍ତି। ଏହିକାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀମତି କଳ୍ପନା ସେଣ, ବରିଷ୍ଠ କର୍ମୀ ରାମଚନ୍ଦ୍ର ପ୍ରଧାନ ତଥା ନିଜ ପରିବାରର କିଛି ଯୁବକଙ୍କ ସହ ଆସି ବାଣପୁର ବ୍ଲକରେ କମଳ ବଣ୍ଟନ କରୀ ଗରୀବ ଜନତାଙ୍କ ଠାରୁ ଆଶିର୍ବାଦ ପାଇ ଖୁସି ହୋଇଛନ୍ତି। ଏହି ପ୍ରକାର ଆନନ୍ଦ ମିଳୁଥିବା କାର୍ଯ୍ୟରେ ସଦାସର୍ବଦା ନିଜକୁ ଜଡିତ କରିବାର ପ୍ରୟାସ ସଦାସର୍ବଦା ଜାରି ରଖିବେ।ନମିତା ନାୟକଙ୍କ ଶୀତରେ କମଳ ବାଣ୍ଟିବାର ଏକ ଅଭିନବ ପ୍ରୟାସ।


ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS