ଚାରି ଶହ ରୁ ଉର୍ଦ୍ଧ୍ବ କଳାକାର ମାନଙ୍କ ସାମର୍ଥ୍ୟ ପରୀକ୍ଷା ଓ ଆବେଦନ ପତ୍ର ଯାଞ୍ଚ
ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ ସାମିଲ ହେବାପାଇଁ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କଳାକାର ମାନଙ୍କ ସାମର୍ଥ୍ୟ ପରୀକ୍ଷା ଓ ଆବେଦନ ପତ୍ର ଯାଞ୍ଚ ପ୍ରକ୍ରିୟା ପରି ସମାପ୍ତି ହୋଇଛି।ସଙ୍ଗୀତଜ୍ଞ ପୂର୍ଣ୍ଣଚନ୍ଦ୍ର ଶତପଥୀ ,ବାଦ୍ୟ ବିଶାରଦ ନିରଞ୍ଜନ ନାୟକ, ପାଲା ବିଶେଷଜ୍ଞ ଯୋଗିନାଥ ପତି ବିଚାରକ ଭାବେ ଉପସ୍ଥିତ ରହି ୪ ଶହ ରୁ ଉର୍ଦ୍ଧ୍ବ କଳାକାର ମାନଙ୍କ ସାମର୍ଥ୍ୟ ପରୀକ୍ଷା କରିବା ସହ ଆବେଦନ ପତ୍ର ଯାଞ୍ଚ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରମୋଦ କୁମାର ନାୟକ,ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment