ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଲେ ଦଶପଲ୍ଲା ବିଧାୟକ
ନୂଆଗାଁ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ମେରିଟ ଲିଷ୍ଟ ରେ ୭ ଜଣ ଏବଂ ମେରିଟ କମ୍ ପ୍ରଭର୍ଟି ଲିଷ୍ଟ ରେ ୭ ଜଣ ଏହିପରି ମୋଟ ୧୪ ଜଣ ଛାତ୍ର ଛାତ୍ରୀ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଛନ୍ତି। ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ମେରିଟ ଲିଷ୍ଟ ରେ ନୂଆଗାଁ ଆଦର୍ଶ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ଆୟୁଷ ପ୍ରସାଦ ବେହେରା,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଆରୀ ମାଳ ର ଛାତ୍ର ରାଜୀବ ଲୋଚନ ସାହୁ,ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ସୀମାରାଣୀ ସିଠ ଏବଂ ଆଦ୍ୟାଶା ପ୍ରଧାନ, ବନ୍ଧାଭୂଇଁ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ରାଜେଶ ସାହୁ, ମୁରିଆମ୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଆଶୁତୋଷ ଜାନୀ ଏବଂ ବକଳ ବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଶାଶ୍ଵତ ଚେତନ ପଟ୍ଟନାୟକ ଙ୍କ ନାମ ପ୍ରକାଶ ପାଇଛି।ସେହିପରି ମେରିଟ କମ୍ ପ୍ରଭର୍ଟି ଲିଷ୍ଟ ରେ ନୀଳାଦ୍ରି ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ,ନୂଆଗାଁ ଆଦର୍ଶ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ରଶ୍ମିତା ଖଣ୍ଡୁଆଳ, କାଚପଲ୍ଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ବିଶ୍ବରଂଜନ ନାୟକ, ଭିରୁଡ଼ା ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ବିଷ୍ଣୁପ୍ରିୟା ସ୍ୱାଇଁ ଏବଂପ୍ରମିଳା ସ୍ୱାଇଁ, ଖୁଣ୍ଟୁବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ବୈଶାଖୀ ମହାରଣା ଏବଂ ନଇତଇଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ସୁବ୍ରତ ସାହୁ ଙ୍କ ନାମ ପ୍ରକାଶ ପାଇଛି।ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment