BREAKING
Loading...
:

ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ କୁମ୍ଭାରପଡ଼ାକୁ ଭେଟିବ ଢୋଲମରା

 ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ କୁମ୍ଭାରପଡ଼ାକୁ ଭେଟିବ ଢୋଲମରା 



ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକର ଧୁଆଁମଡା ଖେଳପଡିଆରେ ଚାଲିଥିବା ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ କୁମ୍ଭାରପଡା ବନାମ ଧୂଆଁମଡା । ଧୂଆଁମଡା ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିଥିଲା । ୧୫ ଓଭରରେ ତାଙ୍କ ଦଳ ୧୩୮ ରନ୍ ସଂଗ୍ରହ କରିଥିଲେ । ଜବାବରେ ଧୂଆଁମଡା ୧୩୩ ରନ୍ କରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିବା ବେଳେ କୁମ୍ଭାରପଡ଼ା ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଗ୍ରାମ ସଭାପତି ମାୟାଧର ଦାସ , ମାୟାଧର ସାହୁ, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ମ୍ୟାଚ ପରିଚାଳନା କରିଥିଲେ ସନ୍ତୋଷ ମହାରଣା, ଗୁରୁଚରଣ ସାହୁ । ଆସନ୍ତା ୨୪ ତାରିଖରେ ଫାଇନାଲରେ ପରସ୍ପରକୁ ଭେଟିବେ କୁମ୍ଭାରପଡ଼ା ବନାମ ଢୋଲମରା । ଫାଇନାଲରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେବେ ବୋଲି ଆୟୋଜକଙ୍କ ତରଫରୁ ଜଣାପଡିଛି । 


ରିପୋର୍ଟ ପଙ୍କଜ କୁମାର ସାହୁ, ମଣିଭଦ୍ରା ଖବର 

Post a Comment

أحدث أقدم
Header ADS