ଦଶପଲ୍ଲା କପ୍ କୋରାପୁଟ ହାତରେ, ମଞ୍ଚରେ ମନୋରଞ୍ଜନ କଲେ ସିନେ ତାରକା ଶୀତଲ,ଜିନା ଏବଂ କୁନା ତ୍ରିପାଠୀ
ଦଶପଲ୍ଲା(ମଣିଭଦ୍ରା ଖବର)ଗତ ୧୧ତାରିଖ ଠାରୁ ସ୍ପୋଟିଭ ସ୍ପୋଟସ୍ ସୋସାଇଟି ଆନୁକୂଲ୍ୟରେ ଦଶପଲ୍ଲାର ଗାନ୍ଧୀ ମଇଦାନରେ ଆରମ୍ଭ ହୋଇଥିବା ୨୩ତମ ଆନ୍ତରାଜ୍ଯ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ ଦିବସ । ଫାଇନାଲ ମ୍ୟାଚ୍ ରେ ପତାକା କ୍ଲବ୍ ଅନୁଗୁଳ ସହ ଜିଲ୍ଲା ଆଥଲେଟିକ ଆସୋସିଏସନ୍ କୋରାପୁଟ ମଧ୍ୟରେ ଖେଳ ହୋଇଥିଲା ।
କୋରାପୁଟ ୨ଗୋଟି ଗୋଲ ଦେଇଥିବା ବେଳେ ଅନୁଗୁଳ ମାତ୍ର ୧ଗୋଟି ଗୋଲ୍ ପରିଶୋଧ କରିଥିଲା ।ଫଳରେ କୋରାପୁଟ ଚମ୍ପିୟାନ ହୋଇଥିଲା ।ରେଫରୀ ଶ୍ୟାମସୁନ୍ଦର ସାହା ଖେଳ ପରିଚାଳନା କରିଥିଲେ । ଚମ୍ପିୟାନ ଦଳକୁ ୩୧ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା । ରନର୍ସ ଅପ୍ ଅନୁଗୁଳକୁ ଟ୍ରଫି ସହ ୨୧ହଜାର ଟଙ୍କା ଦିଆ ଯାଇଥିଲା । ଏଥି ସହିତ ଭଲି ଖେଳର ଚମ୍ପିୟାନ, ତାସ୍ ଖେଳର ଚମ୍ପିୟାନ ଙ୍କୁ ମଧ୍ୟ ଟ୍ରଫି ଦିଆଯାଇଥିଲା । ଆଜି ଫାଇନାଲ ଖେଳରେ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା, କୋଅପରେଟିଭ ବ୍ୟାଙ୍କ ନିର୍ଦେଶକ ପ୍ରଭାତ କୁମାର ଜେନା ,ସିନେ ତାରକା କୁନା ତ୍ରିପାଠୀ, ଶୀତଳ,ଜିନା , ଅଧ୍ୟକ୍ଷା ପଞ୍ଚାୟତ ସମିତି ସୁନନ୍ଦା ସାହୁ , ଅଧ୍ୟକ୍ଷା ଏନ୍ଏସି ଇ.ପୁନମ୍ ପ୍ରିୟଦର୍ଶିନୀ , ଅନୁଷ୍ଠାନର ସଭାପତି କୁଂଜବିହାରି ମିଶ୍ର, ସଂପାଦକ ଭବାନୀ ପ୍ରସାଦ ମିଶ୍ର,ଉପସଭାପତି ସଭାପତି ବୈକୁଣ୍ଠ ନାଥ ପରିଡାଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ସମସ୍ତ ଖେଳାଳି ଓ କର୍ମକର୍ତ୍ତାଙ୍କୁ ପୁଷ୍ପ ଗୁଛ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ରିପୋର୍ଟ ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق