BREAKING
Loading...
:

ତୃତୀୟ ବର୍ଷ ଲୋକକଳା ମହୋତ୍ସବ ଅନଷ୍ଠିତ।

 ତୃତୀୟ ବର୍ଷ ଲୋକକଳା ମହୋତ୍ସବ ଅନଷ୍ଠିତ।



ବଲାଙ୍ଗୀର/ସଇଁତଳା (ମଣିଭଦ୍ରା ଖବର)ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁମ୍ଭାରୀସ୍ଥିତ ସ୍ଥାନୀୟ ଖେଳ ପଡ଼ିଆରେ ଜୟ ଜଗନ୍ନାଥ କଳା ପରିଷଦ ଆନୁକୂଲ୍ୟରେ ତୃତୀୟ ବର୍ଷ ଲୋକ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଗାଁର ଶତାଧିକ ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ମଶାଲ ଯାତ୍ରାରେ ସାମିଲ ହୋଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଉଦଘାଟନ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସ୍ଥାନୀୟ ସରପଞ୍ଚ ଶୈଳେନ୍ଦ୍ର ମହାନନ୍ଦ, କରମତଲା ସରପଞ୍ଚ ତିଲୋତ୍ତମା ବାଗ, ସମିତି ସଭ୍ୟା ସରୋଜିନି ବିଭାର, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ପୂର୍ବତନ ସରପଞ୍ଚ ବିଜୟ ସାହୁ, ଡ଼ା. ବିଶ୍ୱଜିତ ମିଶ୍ର ଓ ଶିକ୍ଷକ ନାରାୟଣ ଜାଲ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ କଳାକାର ଜୀବନର ସଂଘର୍ଷ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ଦାସ ଓ ରାଜେନ୍ଦ୍ର ଖମାରୀ ମଞ୍ଚ ପରିଚାଲନା କରିଥିଲେ । ଏଥିରେ ସାମ୍ବାଦିକ ତରୁଣ ବେହେରା, ଅବିନାଶ ନନ୍ଦ, ଆଲୋକ ସାହୁ, ଅଜିତ ସାହୁ, ନାରାୟଣ ସାହୁ ଓ ରାମ ନାରାୟଣ ବାଗ ଭଳି ଅନେକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କୋରାପୁଟର ଢେମସା, ସମ୍ବଲପୁର ର ସମ୍ବଲପୁରୀ କଳା କେନ୍ଦ୍ର, କଳାଯିବି ବରଗଡ଼, କୃଷ୍ଣ ପ୍ରିୟା କଳା ପରିଷଦ, ତୁଷୁରା ଘୁଡ଼କା ନୃତ୍ୟ ପରିବେଷଣ ହୋଇଥିବା ବେଳେ ଢେମସା ନୃତ୍ୟ ଦର୍ଶକଙ୍କ ମନ ଛୁଇଁଥିଲା । ଜୟ ଜଗନ୍ନାଥ କଳା ପରିଷଦର ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ବଲାଙ୍ଗୀର ସନ୍ତୋଷ କୁମାର ନାୟକ 

Post a Comment

أحدث أقدم
Header ADS