ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଗନ ବିହାରୀ ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ପିଇଓ ଗଗନ ବିହାରୀ ମିଶ୍ରଙ୍କୁ ଆଜି ତାଙ୍କ ଚାକିରୀରୁ ଅବସର ନେଇଛନ୍ତି । ନୟାଗଡ଼ ପଞ୍ଚାୟତ ସମିତି ଗୃହରେ ଏଥି ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ୍ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ବିଡ଼ିଓ ପଦ୍ମଚରଣ ସାହୁ ଓ ସହକାରୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଶ୍ରୀ ମିଶ୍ରଙ୍କୁ ପ୍ରୋଭିଜନାଲ ପେନସନ ପ୍ରଦାନ କରାଯାଇଥିଲା । ଶ୍ରୀ ମିଶ୍ର ତାଙ୍କ ଚାକିରି କାଳ ମଧ୍ୟରେ ଜନସାଧାରଣଙ୍କର ଅତି ନିକଟର ଥିଲେ । ତାଙ୍କ କାର୍ଯ୍ୟକାଳ ଉପରେ ବ୍ଲକର କର୍ମଚାରୀ ମାନେ ଉକ୍ତ ସଭାରେ ଅନେକ ପ୍ରଶଂସା କରିଥିଲେ । ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରଭାତ କୁମାର ସିଂ, ଆକାଉଣ୍ଟ ଅଫିସର ସୁକାନ୍ତ କୁମାର ମୁରୁଡ଼ି, ଭାରପ୍ରାପ୍ତ ଜିପିଓ ସତ୍ୟନାରାୟଣ ଭୋଇ, ଏପିଓ ମିଟନ ମହାପାତ୍ର, କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ଦାସ , ଯନ୍ତ୍ରୀ ସୁମିତ୍ରା ନାୟକ ପ୍ରମୁଖ ଉପସ୍ଥିତ ରହି ମିଶ୍ରଙ୍କ ଗୁଣାବଳି ଉପରେ ଆଲୋଚନା କରିଥିଲେ। ଏହି ସଭାରେ ବ୍ଲକର ସମସ୍ତ କର୍ମଚାରୀ ରହିଥିଲେ । ନୟାଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ମାନପତ୍ର, ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
إرسال تعليق