BREAKING
Loading...
:

ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଗନ ବିହାରୀ ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

 ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଗନ ବିହାରୀ ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା



ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ପିଇଓ ଗଗନ ବିହାରୀ ମିଶ୍ରଙ୍କୁ ଆଜି ତାଙ୍କ ଚାକିରୀରୁ ଅବସର ନେଇଛନ୍ତି । ନୟାଗଡ଼ ପଞ୍ଚାୟତ ସମିତି ଗୃହରେ ଏଥି ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ୍ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ବିଡ଼ିଓ ପଦ୍ମଚରଣ ସାହୁ ଓ ସହକାରୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଶ୍ରୀ ମିଶ୍ରଙ୍କୁ ପ୍ରୋଭିଜନାଲ ପେନସନ ପ୍ରଦାନ କରାଯାଇଥିଲା । ଶ୍ରୀ ମିଶ୍ର ତାଙ୍କ ଚାକିରି କାଳ ମଧ୍ୟରେ ଜନସାଧାରଣଙ୍କର ଅତି ନିକଟର ଥିଲେ । ତାଙ୍କ କାର୍ଯ୍ୟକାଳ ଉପରେ ବ୍ଲକର କର୍ମଚାରୀ ମାନେ ଉକ୍ତ ସଭାରେ ଅନେକ ପ୍ରଶଂସା କରିଥିଲେ । ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରଭାତ କୁମାର ସିଂ, ଆକାଉଣ୍ଟ ଅଫିସର ସୁକାନ୍ତ କୁମାର ମୁରୁଡ଼ି, ଭାରପ୍ରାପ୍ତ ଜିପିଓ ସତ୍ୟନାରାୟଣ ଭୋଇ, ଏପିଓ ମିଟନ ମହାପାତ୍ର, କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ଦାସ , ଯନ୍ତ୍ରୀ ସୁମିତ୍ରା ନାୟକ ପ୍ରମୁଖ ଉପସ୍ଥିତ ରହି ମିଶ୍ରଙ୍କ ଗୁଣାବଳି ଉପରେ ଆଲୋଚନା କରିଥିଲେ। ଏହି ସଭାରେ ବ୍ଲକର ସମସ୍ତ କର୍ମଚାରୀ ରହିଥିଲେ । ନୟାଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ମାନପତ୍ର, ଉପଢୌକନ  ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS