ବେଆଇନ କଫ ଶିରଫ୍ ସହ ଦୁଇ ଯୁବକ ଗିରଫ
ବଲାଙ୍ଗୀର (ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲାରେ ବେଆଇନ କଫ ଶିରଫ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲାର,ଟିଟିଲାଗଡ ଓ ପାଟଣାଗଡ଼ ଏହି ଦୁଇ ସବ ଡିଭିଜନ ଅଞ୍ଚଳ ରେ ଏବେ ଏହି କାରବାର ମାତ୍ରାଧିକ ଭାବେ ବୃଦ୍ଧି ପାଉଛି। ଓଡ଼ିଶା ର କଟକ ରୁ ନିୟମିତ ଭାବେ ଚାଲାଣ ହୋଇ ଆସୁଥିବା ଓ ଜିଲ୍ଲା ପ୍ରଶାସନ ଏହା ଉପରେ ରୋକ୍ ଲଗେଇବା ନେଇ ସମ୍ପୂର୍ଣ୍ଣ ବିଫଳ ହୋଇ ଯାଇଛି ବୋଲି ପ୍ରକାଶ ପାଇଛି।
ସୂଚନାନୂଜାୟୀ, ବଲାଙ୍ଗୀର ସହର ର ଲଳିତ ନଗର ଠାରୁ ୪୨୦ ବୋତଲ ଏସ୍କଫ ନାମ୍ନୀ କଫ ଶୀରଫ ଜବତ କରିବା ସହ ଦୁଇ ଜଣ ଙ୍କୁ ଗିରଫ କରିଛି। ଲଳିତ ନଗର ର ବିଶ୍ଵନାଥ ବେହେରା ଓ ବରପାଲି ପଡ଼ା ର ସଚିନ ଦଳେଇ ନାମକ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ବ୍ୟବହାର କରିଆସୁଥିବା ଏକ ପଲସର ବାଇକ୍ କୁ ମଧ୍ୟ ପୋଲିସ ଜବତ କରିଛି ବୋଲି ସୂଚନା ମିଳିଛି।
ବଲାଙ୍ଗୀର ସନ୍ତୋଷ କୁମାର ନାୟକ
Post a Comment