BREAKING
Loading...
:

ସମାଜସେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

 ସମାଜସେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ



ଗଣିଆ ୨୨/୦୧(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତ ଓ୍ବାଲିପୁର ଗ୍ରାମର ସମାଜସେବୀ ନିଳାମ୍ବର ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଓ୍ବାଲିପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଆଖପାଖ ଗ୍ରାମର ପ୍ରାୟ ୪୦୦ରୁ ଅଧିକ ରୋଗୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଗ୍ରହଣ କରିଥିଲେ ‌‌। 






 ଡାକ୍ତର ଜିତେନ କୁମାର ଜେନା ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଗ୍ରାମର ସମସ୍ତ ଯୁବକ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଓ୍ବାଲିପୁର ଭଳି ଏକ ଗ୍ରାମାଞ୍ଚଳରେ ଏଭଳି ସ୍ବାସ୍ଥ୍ୟ ସେବା ଆୟୋଜନ କରିଥିବାରୁ ସମାଜସେବୀଙ୍କ ପରିବାର ତଥା ଆୟୋଜକଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି । 


ପଙ୍କଜ କୁମାର ସାହୁ, ଗଣିଆ ନୟାଗଡ 

Post a Comment

Previous Post Next Post
Header ADS