BREAKING
Loading...
:

ଦଶପଲ୍ଲାରୁ ପୁରୀ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

 ଦଶପଲ୍ଲାରୁ ପୁରୀ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ




ଦଶପଲ୍ଲା (ମଣିଭଦ୍ରା ଖବର) ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ନିମନ୍ତେ ଆଜି ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୂରୀ ପଠାଯାଇଛି। ପାରମ୍ପରିକ ରୀତି- ନୀତି-ପରମ୍ପରା ଅନୁଯାୟୀ ପ୍ରଭୁ ମହାବୀରଙ୍କ ମନ୍ଦିର ସମ୍ମୁଖରେ କାଠବୋଝେଇ ତିନୋଟି ଟ୍ରକ ରଖାଯାଇ ବିଶେଷ ପୂଜାର୍ଚ୍ଚନା ପରେ ଗାଡି ଗୁଡିକ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଇତ୍ୟବସରରେ ଏସିଏଫ୍ ଶ୍ଵେତାଲିନ୍ ସାହୁ, ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲେଶ ମଲିକ, ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳର   ଚଢେୟାପଲ୍ଲୀ ଓ ପୋଖରୀଗୋଛା ସେକ୍ସନରୁ ସଂଗ୍ରୁହିତ ୨୦ଫୁଟିଆ ଓ ୧୨ଫୁଟିଆ ଅସନ ଓ ଧଉରା ୧୦୪ ଖଣ୍ଡ କାଠ ପଠାଯାଇଛି। ଏଥିମଧ୍ୟରେ ଅସନ  ୭୧ ଖଣ୍ଡ ଓ ଧଉରା ୩୩ ଖଣ୍ଡ ଥିବା ଜଣା ପଡିଛି l ସୂଚନା ଥାଉକି ଦଶପଲ୍ଲା ବିନାଞ୍ଚଳରୁ ଚଳିତ ବର୍ଷ ରଥ ଯାତ୍ରା ପାଇଁ ମୋତ ୧୯୦ ଖଣ୍ଡ କାଠ ପୁରୀକୁ ପଠା ଯିବାର ବ୍ୟବସ୍ଥା ଥିବା ବେଳେ ପ୍ରଥମ ଥର ୧୦୪ ଖଣ୍ଡ ପଠାଯାଇଛି।ଅବସିଷ୍ଟ ୮୬ ଖଣ୍ଡ କାଠ ଆଗାମୀ ଦିନରେ ପଠାଯିବ ବୋଲି ଦଶପଲ୍ଲା ରେଞ୍ଜ ଅଫିସର ଶ୍ରୀ ମଲ୍ଲୀଳ ସୂଚନା ଦେଇଛନ୍ତି। 



ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,

Post a Comment

Previous Post Next Post
Header ADS