BREAKING
Loading...
:

ରାମଚରିତ ମାନସ ନବାନ୍ହ ପାରାୟଣ ଉଦଯାପିତ

 ରାମଚରିତ ମାନସ ନବାନ୍ହ ପାରାୟଣ ଉଦଯାପିତ




ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡା ନିକଟରେ ଥିବା କହ ଖଳିସାହି ତୋଟା ହନୁମାନଙ୍କ ପୀଠରେ ରାମ ଦୟା ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଚଳିତ ମାସ ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇ ତ୍ରିବେଣୀ ଅମାବାସ୍ୟା ପର୍ଯ୍ୟନ୍ତ ଦୀର୍ଘ ନଅ ଦିନ ଧରି ଚାଲିଥିଲା, ଏହାକୁ ଉପଭୋଗ କରିବାକୁ ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା l ଏଥିରେ ଶ୍ରୀ ରାମ ଚରିତ ମାନସ ପାଠ କରିବାକୁ ଢେଙ୍କାନାଳରୁ ପ୍ରବକ୍ତା ଶ୍ରୀଯୁକ୍ତ ସାରଙ୍ଗ ଧର ଦାସ, କଟକରୁ ନିରଞ୍ଜନ ଶାସନି, ଖୋର୍ଦ୍ଧାରୁ ସୂର୍ଯକାନ୍ତ ରଥ ଆସି ଯୋଗ ଦେଇଥିଲେ l ଆଜିର ଉଦଯାପନୀ ଦିବସରେ ପୂର୍ଣ୍ଣାହୁତି ଓ ରାବଣ ପୋଡି କାର୍ଯ୍ୟକ୍ରମ ସହ ନବାନ୍ହ ପରାୟଣ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l

ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS