BREAKING
Loading...
:

ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶ୍ରାଦ୍ଧ ଦିବସ ପାଳନ ସହ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶ୍ରାଦ୍ଧ ଦିବସ ପାଳନ ସହ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶ୍ରାଦ୍ଧ ଦିବସ ପାଳନ ସହ ବିଦାୟୀ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ,କର୍ମଚାରୀ ଏବଂ ଛାତ୍ର ଛାତ୍ରୀ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ପରିଚାଳନା କମିଟି ର ପୂର୍ବତନ ସମ୍ପାଦକ ସ୍ବର୍ଗତ ମହେଶ୍ୱର ସାସମଲ ଙ୍କ ଅମର ଆତ୍ମା ର ସଦ ଗତି ପାଇଁ ନୀରବ ପ୍ରାର୍ଥନା କରିବା ଶହ  ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି   ଶ୍ରାଦ୍ଧ ଦିବସ ପାଳନ କରିଥିଲେ। ସ୍ବର୍ଗତ ମହେଶ୍ୱର ସାସମଲଙ୍କ ଅନୁଷ୍ଠାନ ପ୍ରତି ତଥା ସମାଜ ର ଉନ୍ନତି ପାଇଁ ରହିଥିବା ଅବଦାନ ସମ୍ପର୍କରେ ସମସ୍ତ  ଅଧ୍ୟାପକ ବର୍ଣ୍ଣନା କରିଥିଲେ।  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ବକ୍ତା ତଥା ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ  ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ସହଯୋଗ କରିଥିଲେ।



ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS