BREAKING
Loading...
:

କାର୍ ମୋଟର ସାଇକେଲ ମୁହାଁମୁହିଁ ଧକ୍କା , ଜଣେ ମୃତ

 କାର୍ ମୋଟର ସାଇକେଲ ମୁହାଁମୁହିଁ ଧକ୍କା , ଜଣେ ମୃତ




ବାଲିଗୁଡ଼ା :(ମଣିଭଦ୍ରା ଖବର):  କାର୍ ମୋଟର ସାଇକେଲ ମୁହାଁମୁହିଁ ଧକ୍କା, ମୋଟରସାଇକେଲ ଚାଳକ ମୃତ ସୂଚନା। ମୃତକ ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ଜିହୁଦା ପରାସେଠ୍ ହୋଇଥିବା ସୂଚନା । ଘଟଣା ପ୍ରକାରେ ବୁଧବାର ସକାଳେ ମାଲିପଡ଼ା ଅଞ୍ଚଳର ଦୁଇଜଣ ଯୁବକ କୌଣସି ଏକ କାମରେ ବାଲିଗୁଡ଼ା ଅଭିମୁଖେ ବାହାରିଥିଲେ । କୁର୍ତ୍ତମଗଡ଼ ନିକଟସ୍ଥ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଯାଉଥିବା ଏକ କାର୍ ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜିହୁଦା ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିହୁଦାଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ‌। ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ତୁମୁଡିବନ୍ଧ, ଜି. କନ୍ଧମାଳ

Post a Comment

أحدث أقدم
Header ADS