BREAKING
Loading...
:

ଦଶପଲ୍ଲା ବିଧାୟକ ଙ୍କ ମହାନତା ୩୬ ଜଣ ଟିବି ରୋଗୀ ଙ୍କୁ ପୋଷ୍ୟ ଭାବେ ଗହଣ କଲେ ଦଶପଲ୍ଲା ବିଧାୟକ

 ଦଶପଲ୍ଲା ବିଧାୟକ ଙ୍କ ମହାନତା

୩୬ ଜଣ ଟିବି  ରୋଗୀ ଙ୍କୁ  ପୋଷ୍ୟ ଭାବେ ଗହଣ କଲେ ଦଶପଲ୍ଲା  ବିଧାୟକ   

        


ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମହିପୁର ସି ଏଚ ସି  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ସଭାଗୃହରେ ଟିବି ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି   କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ  ନୂଆଗାଁ ବ୍ଲକ ଅଧୀନରେ ଥିବା ୩୬  ଜଣ ଟିବି ରୋଗୀଙ୍କୁ  ପୋଷ୍ୟ ଭାବେ ଗହଣ କରିଛନ୍ତି।ତତ୍ ସହିତ  ସେମାନଙ୍କ ପାଇଁ ପ୍ରତି  ମାସରେ ଉତ୍ତମ ଖାଦ୍ୟ ଓ ମେଡିସିନ  ଚିକିତ୍ସା ଜାରିଥିବା  ପଯ୍ୟନ୍ତ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଖାଦ୍ୟ ମଧ୍ଯରେ ପିଲା ମାନଙ୍କୁ ୨ କି ଗ୍ରା ଚାଉଳ,୧ କି ଗ୍ରା ଡ଼ାଲି, ରନ୍ଧାତେଲ ୧୫୦  ଗ୍ରାମ , ହର୍ଲିକ୍ସ ୭୫୦ ଗ୍ରାମ ,କ୍ଷୀର ୩.୫ ଲିଟର ଏବଂ ଅଣ୍ଡା 30 ଟା ରହିଛି । ସେହିପରି  ବଡ ଲୋକମାନଙ୍କୁ ପାଇଁ ୩ କି ଗ୍ରା ଚାଉଳ , ୧.୫  କି ଗ୍ରା ଡାଲି, ୨୫୦ ଗ୍ରାମ ରନ୍ଧା ତେଲ ,୧ କି ଗ୍ରା ହାର୍ଲିକ୍ସ ,୬ ଲିଟର କ୍ଷୀର ଏବଂ ୩୦ ଟା ଅଣ୍ଡା ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ  ଥିବା ଆୟୋଜନ ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା  ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସହିତ ଏହି କାର୍ଯ୍ୟକ୍ରମ ରେ  ବ୍ଲକ୍ ଅଧ୍ୟକ୍ଷା  ଲଷ୍ମୀପ୍ରିୟା ବେହେରା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡାକ୍ତର ସତୀଶ ନିବେଦନ, ଡାକ୍ତର ସୌମେନ୍ଦ୍ର ସାହୁ,ବିଶ୍ୱରଂଜନ ଦଳେଇ ,ଅଜିତ ପାଣିଗ୍ରାହୀ ,ଶରତ ଓଝା, ଦିଲ୍ଲୀପ ପ୍ରଧାନ,ଦୀପକ ଦଳବେହେରା, ସ୍ଥାନୀୟ ସରପଞ୍ଚ ଏବଂ  ମେଡିକାଲର ସମସ୍ତ ଅଧିକାରି ଉପସ୍ଥିତ ଥିଲେ। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS