ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଖେଳକୁଦ ପ୍ରତିଯୋଗିତା
ଗଣିଆ ୩୧/୧୨(ମଣିଭଦ୍ରା ଖବର) ନେହେରୁ ଯୁବକେନ୍ଦ୍ର ସଂଗଠନ ତରଫରୁ ଆର୍.ସି.ସାମନ୍ତରାୟ ମହାବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି। ଏହି କାର୍ଯକ୍ରମ କୁ ଆର୍.ସି. ସାମନ୍ତ ରାୟ ମହାବିଦ୍ୟାଳୟ ର ଅଧକ୍ଷ ଡଃ. ମଳୟ କୁମାର ପଣ୍ଡା ମହୋଦୟ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଭଲି ବଲ ଟୁର୍ଣ୍ଣାମେଣ୍ଟ,କବାଡି ଟୁର୍ଣ୍ଣାମେଣ୍ଟ ଓ ୧୦୦ ମିଟର ଦୌଡପ୍ରତିଯୋଗିତା ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଖଣ୍ଡପଡ଼ା ବ୍ଲକ୍ ଓ ଗଣିଆ ବ୍ଲକ୍ ର ଅନେକ ଯୁବ ବର୍ଗ ଯୋଗ ଦେଇଥିଲେ ଏବଂ ପ୍ରତିଯୋଗିତା ଗୁଡ଼ିକ ଜିତି ଜିଲ୍ଲା ସ୍ତର କୁ ମନୋନୀତ ହୋଇଥିଲେ। ଜିଲ୍ଲା ସ୍ତର କୁ ଭଲି ବଲ୍ ଟୁର୍ଣ୍ଣାମେଣ୍ଟ ରେ କଣ୍ଟିଲୋ ର ନୀଳମାଧବ ସ୍ପୋର୍ଟସ କ୍ଲବ ମାନୋନିତ ହୋଇଥିବା ବେଳେ କବାଡି ଟୁର୍ଣ୍ଣାମେଣ୍ଟରେ ଆର୍.ସି. କଲେଜ୍ ର ଏକଲବ୍ୟ ଟିମ୍ ମନୋନୀତ ହୋଇଥିଲେ।
ଏହି କାର୍ଯ୍ୟ କ୍ରମ ର ଶେଷ ଦିନ ରେ ନୟାଗଡ଼ ଜିଲ୍ଲା ଯୁବ ଅଧିକାରୀ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଫିଟ୍ ଇଣ୍ଡିଆ ର ବାର୍ତ୍ତା ଦେଇ ଯୁବ ବର୍ଗ ଙ୍କୁ ପ୍ରେରିତ କରିଥିଲେ ଏବଂ ପୁରସ୍କାର ବିତରଣ କରିବା ସହ କାର୍ଯ୍ୟକ୍ରମ କୁ ଉଦଯାପନ କରିଥିଲେ।
ରିପୋର୍ଟ ପଙ୍କଜ କୁମାର ସାହୁ,ଗଣିଆ
إرسال تعليق