BREAKING
Loading...
:

ଓଡ଼ଗାଁରେ ବେଆଇନ ମାଙ୍କଡ଼ା ଖଣି, ଭିଜିଲାନ୍ସ ତଦନ୍ତ ଦାବି

 ଓଡ଼ଗାଁରେ ବେଆଇନ ମାଙ୍କଡ଼ା ଖଣି, ଭିଜିଲାନ୍ସ ତଦନ୍ତ ଦାବି



ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅଧିନରେ ଦ୍ୱିନ ଦ୍ୱିପହରରେ ପାକୃତିକ ସମ୍ପଦ ଲୁଟ ହେଉଛି । ଏହି ଅଞ୍ଚଳରେ ମାତ୍ର ଦୁଇଟି ଖଣିକୁ ଲିଜ୍ ଦିଆଯାଇଥିବା ବେଳେ ବେଆଇନ ଭାବେ ୮୪ରୁ ଉର୍ଦ୍ଧ୍ୱ ଖଣି ଖନନ ହେଉଛି । ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସଂହାରଙ୍କ ପ୍ରତି ସିଧାସଳଖ ଆଙ୍ଗୁଠି ଉଠୁଛି । ୮୪ଟି ଖଣି ଜୀବନ୍ତ ଅବସ୍ଥାରେ ଥିବା ବେଳେ ୧୫୦ରୁ ଉର୍ଦ୍ଧ୍ୱ ମୃତ ଖଣି ରହିଛି । ମୃତ ଖଣି ଗୁଡ଼ିକ ପୋତା ଯାଉନଥିବାରୁ ଏହା ଜଳାଶୟରେ ପରିଣତ ହୋଇରହିଛି । ଖଣି ମାଫିଆମାନେ ଲୁଟ କରିବା ପରେ ତାହାକୁ ଏଭଳି ସ୍ଥିତିରେ ଛାଡ଼ି ଦେଉଛନ୍ତି । ଯାହା ଭବିଷ୍ୟତରେ ବିପଦ ସୃଷ୍ଟି କରିବା ନିଶ୍ଚିତ ବୋଲି ଆଲୋଚନା ହେଉଛି । ବିଗତ ଦିନରେ ଏହି ଜଳାଶୟରେ ଅନେକ ଜୀବନ ଯାଇ ସାରିଥିବା ବେଳେ ମରଣଯନ୍ତା ସୃଷ୍ଟି କେବେ ବନ୍ଦ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଗତ ୩ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଖଣି ଖନନ କରାଯାଇଛି । କୋମଣ୍ଡ, ପଥରା ଏବଂ ବାଦଭୂଇଁ ଅଞ୍ଚଳରେ ବ୍ୟାପକ ଅଞ୍ଚଳ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ବିଗତ ୩ ବର୍ଷ ଧରି ବ୍ୟାପକ ଭାବେ ଏଠାରେ ଖଣି ଖନନ କରାଯାଇ ଲୁଟ କରାଯାଉଥିଲେ ମଧ୍ୟ ସମସ୍ତ ଆଖିବୁଜି ଦେଇଛନ୍ତି । ଏହା ପଛରେ ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସଂହାରଙ୍କ ପ୍ରଚ୍ଛନ୍ନ ହାତ ରହିଛି । ତହସିଲଦାର ଜଣେ ଦଲାଲ ମାଧ୍ୟମରେ ମାସିକିଆ ଚାନ୍ଦା ନେଉଥିବା ବେଳେ ସ୍ଥାନୀୟ ପୁଲିସ ମଧ୍ୟ ବେଶ ମାଲ କମାଉଛି । ଦୈନିକ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ମାଙ୍କଡ଼ା ଓ ମୋରମ ଚୋରୀ ହେଉଥିବା ବେଳେ ଏହା ପଛରେ ଥିବା ପର୍ଦାଫାସ କରିବା ପାଇଁ ଦାବି ହେଉଛି । ଏହାର ଭିଜିଲାନ୍ସ ତଦନ୍ତ କରାଯିବା ସହ ତହସିଲଦାର ବିଜେୟିତା ସାମନ୍ତ ସଂହାରକୁ ବଦଳି କରାଯିବାର ଆବଶ୍ୟକତା ରହିଛି ।


ମଣିଭଦ୍ରା ଖବର, ନୟାଗଡ 

Post a Comment

أحدث أقدم
Header ADS