୩ୟ ଏବଂ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଫଳତା
ଦିପ୍ତେଶ କୁମାର ସାହୁ
ଆଦିତ୍ୟ ନାରାୟଣ ସାହୁ
ଗଣିଆ (ମଣିଭଦ୍ରା ଖବର) ୩ୟ ଏବଂ ୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ୩ୟ ଶ୍ରେଣୀ ପରୀକ୍ଷାରେ ଗଣିଆ ବ୍ଲକରୁ ମେଧା ତାଲିକାରେ ୭ ଜଣ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମେଧାବୀ ଛାତ୍ର ଛାତ୍ରୀ ୭ ଜଣ ଏହିପରି ୧୪ ଜଣ ଏବଂ ୫ମ ଶ୍ରେଣୀ ପରୀକ୍ଷାରେ ମେଧା ତାଲିକାରେ ୭ ଜଣ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମେଧାବୀ ଛାତ୍ର ଛାତ୍ରୀ ୭ ଜଣ ଏହିପରି ୧୪ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଗଣିଆ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ସାଧନା ପ୍ରତିଷ୍ଠାନର ୩ୟ ଶ୍ରେଣୀରେ ଦିପ୍ତେଶ କୁମାର ସାହୁ ଏବଂ ୫ମ ଶ୍ରେଣୀରେ ଆଦିତ୍ୟ ନାରାୟଣ ସାହୁ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଦିପ୍ତେଶ ୩ୟ ଶ୍ରେଣୀ ମେଧା ତାଲିକାରେ ୬୫ ମାର୍କ ରଖି ୭ମ ସ୍ଥାନରେ ରହିଥିବା ବେଳେ ଆଦିତ୍ୟ ୫ମ ଶ୍ରେଣୀ ମେଧା ତାଲିକାରେ ୭୧ ମାର୍କ ରଖି ୬ଷ୍ଠ ତମ ସ୍ଥାନରେ ରହିଥିବା ଜଣାପଡିଛି ।
ଉଭୟ ଛାତ୍ରଙ୍କ ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ଦେବୀ ପ୍ରସାଦ ଦାଶ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଉଭୟ ଛାତ୍ର ନିଜର ସଫଳତାର ଶ୍ରେୟ ବିଦ୍ୟାଳୟର ଶିକ୍ଷକ ତଥା ନିଜର ପିତାମାତାଙ୍କୁ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଆଦିତ୍ୟ ନାରାୟଣ ସାହୁ ବିଗତ ଦିନରେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ମଧ୍ୟ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।
ରିପୋର୍ଟ ମଣିଭଦ୍ରା ଖବର, ଗଣିଆ
إرسال تعليق