ରାଜ୍ୟ ସ୍ତରୀୟ ବେଲପଡା କପ୍ କ୍ରିକେଟ, ଫାଇନାଲରେ ସୁକିନ୍ଦାକୁ ଭେଟିବ ଢେଙ୍କାନାଳ
ଗଣିଆ ୨୮/୧୨(ମଣିଭଦ୍ରା ଖବର) ଗଣିଆ ବ୍ଲକର ବେଲପଡାପାଟଣା ଖେଳ ପଡ଼ିଆରେ ମହାବୀର କ୍ଳବ ଆୟୋଜିତ ଦୟାନିଧି ଓ ବାସନ୍ତୀ ମଞ୍ଜରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଢେଙ୍କାନାଳ ବନାମ ଚୈଦ୍ବାର । ଢେଙ୍କାନାଳ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ବିକେଟ ହରାଇ ବିଶାଳ ୨୬୨ ରନ୍ ସଂଗ୍ରହ କରିଥିଲେ । ଦଳର ମନୋଜ ମଲ୍ଲିକ ମାତ୍ର ୫୦ ବଲରୁ ଧୁଆଧାର ୧୧୯ ରନ୍ ସଂଗ୍ରହ କରିଥିବା ବେଳେ ଶୁଭେନ୍ଦୁ ପ୍ରଧାନ ମାତ୍ର ୨୪ଟି ବଲରୁ ୧୦ଟି ଛକା ସହାୟତାରେ ୭୩ ରନ୍ ସଂଗ୍ରହ କରିଥିଲେ । ଜବାବରେ ଚୈଦ୍ବାର ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୮ ରନ୍ କରି ପରାଜୟ ବରଣ କରିଥିଲେ । ଫଳରେ ଦ୍ବିତୀୟ ଦଳ ଭାବେ ଢେ଼ଙ୍କାନାଳ ଫାଇନାଲରେ ପ୍ରବେଶ କରିଛି। ଢେଙ୍କାନାଳ ଦଳର ମନୋଜ ମଲ୍ଲିକ ଏଇ ଖେଳପଡିଆରେ ତାଙ୍କର ପ୍ରଥମ ଶତକ ହାସଲ କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚ ପରିଚାଳନା କରିଥିଲେ ଶରତ କୁମାର କର ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଗଣିଆ ରେଞ୍ଜର ସୋନାଲି ସିଓ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଆସନ୍ତାକାଲିର ଖେଳ ଗ୍ରାଣ୍ଡ ଫାଇନାଲ ମ୍ୟାଚ ସୁକିନ୍ଦା ,ଯାଜପୁର ବନାମ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି ।
ରିପୋର୍ଟ ପଙ୍କଜ କୁମାର ସାହୁ, ମଣିଭଦ୍ରା ଖବର ,ଗଣିଆ
إرسال تعليق