ରାଜ୍ୟ ସ୍ତରୀୟ ବେଲପଡା କପ୍ କ୍ରିକେଟ, ବାଙ୍କି ବିଜୟୀ
ଗଣିଆ ୨୬/୧(ମଣିଭଦ୍ରା ଖବର) ଗଣିଆ ବ୍ଲକର ବେଲପଡାପାଟଣା ଖେଳ ପଡ଼ିଆରେ ମହାବୀର କ୍ଳବ ଆୟୋଜିତ ଦୟାନିଧି ଓ ବାସନ୍ତୀ ମଞ୍ଜରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ବାଙ୍କି ବନାମ ଢେଙ୍କାନାଳ । ଢେଙ୍କାନାଳ ଦଳ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲେ । ଦଳର ରାଜା ମାତ୍ର ୩୪ ବଲରୁ ଧୁଆଧାର ୮୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ବାଙ୍କି ଦଳ ୧୫.୦୩ ଓଭରରେ ୩ ଓ୍ବିକେଟ ହରାଇ ୨୧୬ ରନ୍ କରି ବିଜୟ ଲାଭ କରି ଚତୁର୍ଥ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ବାଙ୍କି ଦଳର କେଶବ ମଙ୍ଗୁଆଳ ଅଲରାଉଣ୍ଡର ଖେଳ ପ୍ରଦର୍ଶନ କରି ଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଆଜିର ମ୍ୟାଚ ପରିଚାଳନା କରିଥିଲେ ଶରତ କର ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବେଲପଡାପାଟଣା ଗ୍ରାମ କମିଟି ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ଆସନ୍ତାକାଲିର ଖେଳ ପ୍ରଥମ ସେମିଫାଇନାଲ ମ୍ୟାଚ ବାଙ୍କି ବନାମ ସୁକିନ୍ଦା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି ।
إرسال تعليق